କୁଜଙ୍ଗ ପୋଲିସ୍ ର ବଡ଼ ସଫଳତା

କୁଜଙ୍ଗ ତା ୧୭/୪କୁଜଙ୍ଗ ଥାନା ଅଞ୍ଚଳରେ ସନ୍ଧ୍ୟା ପାଟ୍ରୋଲିଂ ସମୟରେ ଧରାପଡିଥିବା ଅବକାରୀ ମାମଲାରେ ଅଭ୍ୟାସଗତ ମଦ ବେପାରୀ ସୁଚିଆ @ ସୁଶାନ୍ତ ପଲାଇ, ବୟସ 41, ପିତା- ନିତ୍ୟାନନ୍ଦ ପଲାଇ, ଗ୍ରାମ- ବାଲିସାହି, ବାଲିତୁଠ ଠାରୁ ମୋଟ 19 ଲିଟର 880 ମିଲି ବେଆଇନ ମଦ ଜବତ କରାଯାଇଛି।43 ଟି ମ୍ୟାକ୍ ଡୋୱେଲ୍ସ ନଂ 1 ସେଲିବ୍ରେସନ୍ ରମ୍, 19 ଟି ମ୍ୟାକ୍ ଡୋୱେଲ୍ସ ନଂ 1 ଡିଲକ୍ସ ହ୍ୱିସ୍କି, 6 ଟି ରୟାଲ ଚ୍ୟାଲେଞ୍ଜ ସିଲେକ୍ଟ ଗୋଲ୍ଡ ହ୍ୱିସ୍କି, 6 ଟି ଆଇକନିକ୍ ହ୍ୱାଇଟ୍ ହ୍ୱିସ୍କି, 2 ଟି ରୟାଲ ଗ୍ରୀନ୍ ପ୍ରିମିୟମ୍ ବ୍ଲେଣ୍ଡ ହ୍ୱିସ୍କି, 8 ଟି କିଙ୍ଗଫିସର ଷ୍ଟ୍ରଙ୍ଗ୍ ବିଅର ଏବଂ 5 ଟି ଆସ୍କା 40 ଦେଶୀ ମଦ – ମୋଟ 89 ବୋତଲ।ଏ ସମ୍ପର୍କରେ କୁଜଙ୍ଗ ଥାନା କେସ୍ ନଂ 106/26 ରୁଜୁ କରାଯାଇଥିଲା। ଅଭିଯୁକ୍ତ ବ୍ୟକ୍ତିଙ୍କୁ ଆଜି ମାନ୍ୟବର କୋର୍ଟକୁ ଚାଲାଣ କରାଯାଇଛି ଏବଂ ମାମଲାର ତଦନ୍ତ ଜାରି ରହିଛି।କୁଜଙ୍ଗ ରୁ ବାବୁଲି ଚନ୍ଦ୍ର ଦାସ ଙ୍କ ରିପୋର୍ଟ୍ HRTV ଓଡ଼ିଆ