ଗଣିଆରେ ଖୁବ୍ ଶିଘ୍ର ନିର୍ମାଣ ହେବ ଶବ ବ୍ୟବଚ୍ଛେଦ ଗୃହ , ସ୍ଵାସ୍ଥ୍ୟ ଓ ପରିବାରର କଲ୍ୟାଣ ବିଭାଗ ପକ୍ଷରୁ ଗୃହୀତ
ଗଣିଆ-(ବିଶ୍ୱରଂଜନ ସେଠି)ଦୀର୍ଘ ବର୍ଷର ଦାବି ପରେ ଖୁବ୍ ଶିଘ୍ର ନିର୍ମାଣ ହେବ ଗଣିଆରେ ଶବ ବ୍ୟବଚ୍ଛେଦ ଗୃହ ।ଯେଉଁ ସ୍ଥାନରେ ଆକସ୍ମିକ ଦୁର୍ଘଟଣାଯୋଗୁଁ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ଶବକୁ ଚିରି ମୃତ୍ୟୁର କାରଣ ବିଷୟରେ ତଥ୍ୟ ସଂଗ୍ରହ କରାଯାଏ ପୋଲିସ ମୃତ ବ୍ୟକ୍ତିର ଶବକୁ ପରୀକ୍ଷଣପାଇଁ ଶବବ୍ୟବଚ୍ଛେଦ ଗୃହକୁ ପଠାଇଥାଏ ତାହାକୁ ଶବ ବ୍ୟବଚ୍ଛେଦ ଗୃହ କହନ୍ତି । ଦୀର୍ଘଦିନ ହେବ ଗଣିଆରେ ଶବ ବ୍ୟବଚ୍ଛେଦ ଗୃହ ନ ଥିବାରୁଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଥିଲେ I ଶବ ବ୍ୟବଚ୍ଛେଦ ପାଇଁ ଦଶପଲ୍ଲାମେଡିକାଲ ଯିବାକୁ ପଡୁଥିଲା । ଏଥିପାଇଁ ଲୋକେ ଅଯଥା ଖର୍ଚ୍ଚାନ୍ତ ହେଉଥିଲେ। ଗରିବ ନିରୀହଜନସାଧାରଣଙ୍କୁ ସରକାର ହରିଶ୍ଚନ୍ଦ୍ର ଯୋଜନାରେ ସହାୟତା ଦେଉଥିବା ବେଳେ ତା’ଠାରୁ ଅଧିକ ଟଙ୍କା ବ୍ୟବଚ୍ଛେଦ ପାଇଁ ଖର୍ଚ୍ଚ ହେଉଥିଲା। ଏଠାରେ ଶବ ବ୍ୟବଚ୍ଛେଦ ଗୃହ ନିର୍ମାଣ ପାଇଁବାରମ୍ବାର ଦାବି ହେଉଥିଲା | ଗତ ୨୫ ତାରିଖ ରାଜ୍ୟ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ତରଫରୁ ରାଜ୍ୟର ୫ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଶବ ବ୍ୟବଚ୍ଛେଦ ଗୃହ ନିର୍ମାଣ ପାଇଁ ଘୋଷଣା କରାଯାଇଛି। ଏହି ୫ ସ୍ଥାନ ମଧ୍ୟରେ ଗଣିଆ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ନାମ ସର୍ବାଗ୍ରେ ରହିଛି। ଫଳରେ ଅଞ୍ଚଳବାସୀଙ୍କ ଦୀର୍ଘଦିନର ଦାବି ପୂରଣ ହେବାକୁ ଯାଉଛି। ଶବ ବ୍ୟବଚ୍ଛେଦ ଗୃହବିଏସଏନଏଲ ଅଫିସ ପଛ ପାର୍ଶ୍ୱର୍ରେ ନିର୍ମାଣ ପାଇଁ ତହସିଲ ତରଫରୁ ଜାଗା ଚିହ୍ନଟ ହୋଇଥିବାଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀ ମଧୁସୂଦନ ଦାସ ପ୍ରକାଶ କରିଛନ୍ତି ଏଥିପାଇଁ ରାଜ୍ୟସରକାରଙ୍କୁ ଅଞ୍ଚଳବାସୀ ତଥା ଲୋକ ପ୍ରତିନିଧିଙ୍କ ତରଫରୁ କୃତଜ୍ଞତା ଜ୍ଞାପନ କରାଯାଇଛି।