ଗଣିଆ ସାମ୍ବାଦିକ ସଂଘ ପକ୍ଷରୁ ସ୍ୱର୍ଗତ ଆର୍ତ୍ତତ୍ରାଣ ମିଶ୍ରଙ୍କୁ ଶ୍ରଦ୍ଧାଞ୍ଜଳି


​ଗଣିଆ (ବିଶ୍ୱରଂଜନ ସେଠି ):ଗଣିଆ ସାମ୍ବାଦିକ ସଂଘ ପକ୍ଷରୁ ସ୍ୱର୍ଗତ ବ୍ୟାଙ୍ଗକବି ଆର୍ତ୍ତତ୍ରାଣ ମିଶ୍ରଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି। ସଂଘର ସଭାପତି ବିଶ୍ୱରଂଜନ ସେଠୀଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସଭାରେ ସମସ୍ତ କର୍ମକର୍ତ୍ତା ଓ ସଦସ୍ୟମାନେ ଉପସ୍ଥିତ ରହି ସ୍ୱର୍ଗତ ମିଶ୍ରଙ୍କ ସ୍ମୃତିଚାରଣ କରିବା ସହ ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।
​ଏହି ଶୋକସଭାରେ ସଂଘର ଉପସଭାପତି ପ୍ରତାପ କୁମାର ରାଉତ, ସମ୍ପାଦକ କମଳଲୋଚନ ଦକେଇ, ସହ-ସମ୍ପାଦକ ସୁରେଶ କୁମାର ସାହୁ, କୋଷାଧ୍ୟକ୍ଷ ସମୀର କୁମାର ବେହେରା, ଉପଦେଷ୍ଟା କୈଳାଶ ଚନ୍ଦ୍ର ସାହୁ ଓ ସନ୍ତୋଷ କୁମାର ପ୍ରଧାନଙ୍କ ସମେତ ସଭ୍ୟ ବିଜୟ କୁମାର ତରେଇ ଏବଂ ସଂଜୀବ କୁମାର ସାହୁ ପ୍ରମୁଖ ଯୋଗ ଦେଇଥିଲେ।
​ବ୍ୟାଙ୍ଗକବି ଆର୍ତ୍ତତ୍ରାଣ ମିଶ୍ରଙ୍କ ସମ୍ପର୍କରେ ତଥ୍ୟ
​ଓଡ଼ିଆ ସାହିତ୍ୟ ଜଗତରେ ବ୍ୟାଙ୍ଗକବି ଆର୍ତ୍ତତ୍ରାଣ ମିଶ୍ର ଜଣେ ଜଣାଶୁଣା ଓ ନିଆରା ସ୍ରଷ୍ଟା।
​ସାହିତ୍ୟିକ ସୃଜନଶୀଳତା ସେ ତାଙ୍କର ସହଜ, ସରଳ ଏବଂ ଶାଣିତ ବ୍ୟାଙ୍ଗାତ୍ମକ କବିତା ଓ ରଚନା ମାଧ୍ୟମରେ ସମାଜର ବିଭିନ୍ନ କୁସଂସ୍କାର, ଅସଙ୍ଗତି ଏବଂ ସାମ୍ପ୍ରତିକ ଘଟଣାବଳୀକୁ ବ୍ୟଙ୍ଗ ରୂପରେ ଉପସ୍ଥାପନ କରୁଥିଲେ । ତାଙ୍କର କବିତା, କ୍ଷୁଦ୍ରଗଳ୍ପ ଓ ହାସ୍ୟରସାତ୍ମକ ରଚନାବଳୀ (ଯେପରିକି ‘ତଳ ଉତଳ ଅବତଳ’ ଆଦି ପୁସ୍ତକ) ପାଠକମାନଙ୍କ ମନରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛି।ତାଙ୍କର ବିୟୋଗ ଓଡ଼ିଆ ବ୍ୟଙ୍ଗ ସାହିତ୍ୟ ଏବଂ ସ୍ଥାନୀୟ ସାଂସ୍କୃତିକ କ୍ଷେତ୍ର ପାଇଁ ଏକ ଅପୂରଣୀୟ କ୍ଷତି। ତାଙ୍କ ଅମର ଆତ୍ମା ପ୍ରତି ଗଣିଆ ସାମ୍ବାଦିକ ସଂଘ ଓ ସ୍ଥାନୀୟ ବୁଦ୍ଧିଜୀବୀ ମହଲରୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି।