ଘରେ ଚାଲିଥିଲା ସେକ୍ସ୍ ରାକେଟ। ୨ ଯୁବତୀଙ୍କ ସହ ୨ଜଣ ଗ୍ରାହକଙ୍କୁ ଧରିଛି ପୋଲିସ
ଅନୁଗୋଳରେ ସେକ୍ସ ରାକେଟ ଠାବ। ୨ ବାହାର ରାଜ୍ୟର ଯୁବତୀଙ୍କ ସହ ୨ଜଣ ଗ୍ରାହକଙ୍କୁ ଧରିଛି ପୋଲିସ। ସମସ୍ତଙ୍କୁ ନେଇ ଜେରା କରୁଛି ପୋଲିସ । ସୂଚନା ଅନୁସାରେ, ଅନୁଗୋଳ ଅମଲାପଡ଼ାରେ କୁଞ୍ଜ ମୋହନ ସ୍ୱାଇଁ, ଇନିସପେକ୍ଟର ଅଫ୍ ପୁଲିସ, ରିଟାୟାର୍ଡ, ଲେଖା ଥିବା ଏକ ଘରେ ମୁହଁ ସଞ୍ଜ ବେଳେ ସେକ୍ସ ରାକେଟ ଚାଲିଥିବା ନେଇ ବିଶ୍ବସ୍ତ ସୂତ୍ରରୁ ଖବର ପାଇଥିଲା ଅନୁଗୋଳ ପୁଲିସ।
ତୁରନ୍ତ ସ୍ପେସାଲ୍ ସ୍କ୍ୱାଡ ଓ ଅନୁଗୋଳ ଟାଉନ୍ ଥାନା ପୁଲିସର ଏକ ମିଳିତ ଟିମ ଉକ୍ତ ଘରେ ଛାପା ମାରିଥିଲା। ଚଢ଼ାଉ ବେଳେ ପୁଲିସ ବାହାର ରାଜ୍ୟର ୨ ଦେହଜୀବୀଙ୍କ ସହ ୨ ଜଣ ଗ୍ରାହକଙ୍କୁ ଅସଞ୍ଜତ ଅବସ୍ଥାରେ ଉଦ୍ଧାର କରିଥିଲା। ଏହାସହ ଦେହ ଦଲାଲ ସାଜିଥିବା ଘର ମାଲିକଙ୍କୁ ଅଟକ ରଖି ଅଧିକ ପଚରାଉଚରା ଜାରି ରଖିଛି ପୁଲିସ । ତେବେ ଅନୁଗୋଳ ଟାଉନ୍ ଥାନା ଓ ଏସପି ଅଫିସ୍ ଠାରୁ ମାତ୍ର ୪୦୦-୫୦୦ ମିଟର ଦୂରରେ କିଭଳି ଓ କେବେଠୁ ଚାଲିଥିଲା ଏହି ସେକ୍ସ ରାକେଟ ତାହା ଏବେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି ।