ପାରାଦୀପ,୨୬ଗଡରେ ବିକାଶର ମହାଯଜ୍ଞ – ଗୋଟିଏ ଦିନରେ ୭ଟି ପ୍ରକଳ୍ପର ଭୂମିପୂଜା ଓ ଉଦ୍ଘାଟନ

*ପାରାଦୀପ ୧୪/୯/*ପାରାଦୀପ ଗଡ, ପବିତ୍ର ଗଣେଶ ଚତୁର୍ଥୀ ଅବସରରେ ପାରାଦୀପ ଗଡ ଗ୍ରାମ ପଞ୍ଚାୟତର ପୂର୍ଣ୍ଣାଙ୍ଗ ଭିତ୍ତିଭୂମି ବିକାଶ ପାଇଁ ସରପଞ୍ଚ ଶ୍ରୀମତୀ ସସ୍ମିତା ବେହେରାଙ୍କ ଦ୍ୱାରା ମାରାଥନ ଭୂମିପୂଜା ଓ ଉଦ୍ଘାଟନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।ପୂର୍ବାହ୍ନରେ ପାରାଦୀପ ଗଡ ବିଜୁ ପଟ୍ଟନାୟକ ମାର୍କେଟ କମ୍ପ୍ଲେକ୍ସ ପରିସରରେ “ମା ଦୁର୍ଗା ମନ୍ଦିର” ନିର୍ମାଣ ନିମନ୍ତେ ଭୂମିପୂଜା କରାଯାଇଥିଲା। ପରେ ପରେ ରଙ୍ଗିଆଗଡ ୨୪ ନମ୍ବର ୱାର୍ଡରେ “ତ୍ରିନାଥ ଭାଗବତ ଟୁଙ୍ଗି” ଓ କତକୁଲା ୧୯ ନମ୍ବର ୱାର୍ଡରେ “ମା ରାମଚଣ୍ଡି ମହିଳା ବିକାଶ ସଙ୍ଘ” ନିର୍ମାଣ ନିମନ୍ତେ ଭୂମିପୂଜା କରାଯାଇଥିଲା।ଅପରାହ୍ନରେ ବିଜୁ ପଟ୍ଟନାୟକ ମାର୍କେଟ କମ୍ପ୍ଲେକ୍ସ ପରିସରରେ ନୂତନ ଭାବେ ନିର୍ମିତ ହୋଇଥିବା “ଫାଷ୍ଟ ଫୁଡ୍ ମାର୍କେଟ କମ୍ପ୍ଲେକ୍ସ”, ଶ୍ରୀମା ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ନୂତନ ଭାବେ ନିର୍ମିତ ହୋଇଥିବା “ଅତିରିକ୍ତ ଶ୍ରେଣୀ ଗୃହ”, କତକୁଲା ରାମଚଣ୍ଡି ମନ୍ଦିର ପରିସରରେ ନୂତନ ଭାବେ ନିର୍ମିତ “ମା ରାମଚଣ୍ଡି ୟୁଥ୍ କ୍ଲବ୍” ଓ ପାରାଦୀପ ଗଡ ୱାର୍ଡ ନମ୍ବର ୦୩ ଜଗତସାହି ଠାରେ ନୂତନ ଭାବେ ନିର୍ମିତ ଦୁଇ ମହଲା ବିଶିଷ୍ଟ “ନୂଆ ସକାଳ ସାଂସ୍କୃତିକ ପରିଷଦ” ର ଶୁଭ ଉଦ୍ଘାଟନ କରାଯାଇଥିଲା।

ଉକ୍ତ ମାରାଥନ କାର୍ଯ୍ୟକ୍ରମରେ ବରିଷ୍ଠ ଆଇନଜୀବୀ ଶ୍ରୀ ସଂଜୟ କୁମାର ବେହେରା, ଚନ୍ଦ୍ର ଶେଖର ଚୌଧୁରୀ, ଅଲେଖ ମହାରଥା, ରମେଶ ବେହେରା, ବିଭୂତି ଭୂଷଣ ରଥ, ନିରଞ୍ଜନ ପରିଡ଼ା, ଅନନ୍ତ ବିଶ୍ୱାଳ, ତ୍ରିଲୋଚନ ସ୍ୱାଇଁ, କିରଣ ବାଳା ସାହୁ, ସୂର୍ଯ୍ୟକାନ୍ତ ବେହେରା, ଗୋଲାପୀ ବେହେରା, ଶର୍ମିଷ୍ଠା ସ୍ୱାଇଁ, ଲକ୍ଷ୍ମୀପ୍ରିୟା ସ୍ୱାଇଁ, ମହେଶ୍ୱର ପାଇକ, ବିବେକ ମଣ୍ଡଳ, ରଞ୍ଜନ ସାମଲ, ପ୍ରଭାତ ସାହୁ ପ୍ରମୁଖ ଅଂଶଗ୍ରହଣ କରିଥିଲେ।ଆଗାମୀ ଦିନରେ ପଞ୍ଚାୟତର ଶତ ପ୍ରତିଶତ ବିକାଶ କରାଯିବ ବୋଲି ସରପଞ୍ଚ ଶ୍ରୀମତୀ ସସ୍ମିତା ବେହେରା ପ୍ରକାଶ କରିଥିଲେ। କୁଜଙ୍ଗ ରୁ ବାବୁଲି ଚନ୍ଦ୍ର ଦାସ ଙ୍କ ରିପୋର୍ଟ୍ hrtv ଓଡ଼ିଆତ୍