ମୂର୍ତ୍ତି ବିସର୍ଜନ ବେଳେ ଅଘଟଣ, ନଦୀରେ ବୁଡ଼ି ଚାଲିଗଲା ୨ ନାବାଳକଙ୍କ ଜୀବନ
ମୂର୍ତ୍ତି ବିସର୍ଜନ ବେଳେ ଅଘଟଣ । ଘୋଡ଼ାହାଡ଼ ନଦୀରେ ବୁଡ଼ି ଦୁଇ ନାବାଳକଙ୍କ ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ନାବାଳକ ଗୁରୁତର ହୋଇଛନ୍ତି । ଗୁରୁତର ଅବସ୍ଥାରେ ନାବାଳକଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।ମୃତକ ଦ୍ୱୟ ହେଉଛନ୍ତି ହିଞ୍ଜିଳିକାଟୁ ପୌରାଞ୍ଚଳ ଗଜପତି ମାର୍ଗ ଅଞ୍ଚଳର ଆଦର୍ଶ ସାହୁ ଓ ଗାୟତ୍ରୀ ନଗରର ପ୍ରୀତମ ସାମେଲି ।ଖବର ଅନୁଯାୟୀ, ଧୁମଧାମରେ ଗଣେଷ ପୂଜା ପରେ ଆରମ୍ଭ ହୋଇଥିଲା ବିସର୍ଜନ । ମହାପ୍ରଭୁଙ୍କ ମୂର୍ତ୍ତି ବିସର୍ଜନ ବେଳେ ହଠାତ୍ ଦୁଇ ଜଣ ନାବାଳକ ଘୋଡ଼ାହାଡ ନଦୀରେ ବୁଡ଼ିଯାଇଥିଲା । ଯାହାକୁ ଦେଖି ସ୍ଥାନୀୟ ଲୋକେ ତୁରନ୍ତ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଆରମ୍ଭ କରିଥିଲେ ଉଦ୍ଧାର କାର୍ଯ୍ୟ । ତେବେ ପାଣିରେ ବୁଡ଼ି ଦୁଇ ନାବାଳକଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଦୁଇ ନାବାଳକ ଗୁରୁତର ହୋଇଥିଲା । ତୁରନ୍ତ ଦୁଇ ଗୁରୁତରଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ଡାକ୍ତରଖାନାରେ ଉଭୟଙ୍କୁ ମୃତ ଘୋଷଣା କରାଯାଇଛି। ହିଞ୍ଜିଳିକାଟୁ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।