ଚନ୍ଦାହାଣ୍ଡି ବ୍ଳକ ରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ପାଳିତ
ଚନ୍ଦାହାଣ୍ଡି: ତା ୦୪/୦୯( ) ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକର ବିଭିନ୍ନ ଗ୍ରାମରେ ଯାଦବ ସମାଜ ପକ୍ଷରୁ ଭକ୍ତି ଓ ଶ୍ରଦ୍ଧାର ସହ ଶ୍ରୀକୃଷ୍ଣଙ୍କ ପବିତ୍ର ଜନ୍ମାଷ୍ଟମୀ ପାଳନ କରାଯାଇଛି।
ଏହି ଅବସରରେ ଝରାବାହାଲ, ଫଲସାପରା, ହରଡ଼ାପଡ଼ା, ମାଲଗାଁ, ଦଳବେଡ଼ା, କୁହୁଡ଼ି, ବେହେରାମୁଣ୍ଡା, ଗମ୍ବାରୀଗୁଡ଼ା, ଭାଟିପଡା,ଖପରାଡିହି ,ଚ ନ୍ଦାହାଣ୍ଡି, ହଳଦୀ, ପାଟଖଲିଆ ସମେତ ବିଭିନ୍ନ ଗ୍ରାମରେ ଜନ୍ମାଷ୍ଟମୀ ଉତ୍ସବ ଆୟୋଜିତ ହୋଇଥିଲା।
ଗ୍ରାମ ଗୁଡ଼ିକରେ ଭକ୍ତମାନେ ରାତ୍ରି ଉଜାଗର ରହି ଶ୍ରୀକୃଷ୍ଣଙ୍କ ପୂଜାର୍ଚ୍ଚନା କରିବା ସହ ପୁରାଣ ପାଠ ଓ ଭଜନ କୀର୍ତ୍ତନ ରେ ସାମିଲ ହୋଇଥିଲେ। ଶ୍ରୀକୃଷ୍ଣଙ୍କ ଜନ୍ମ ସମୟକୁ ଭକ୍ତି ଓ ଆନନ୍ଦର ସହ ସ୍ୱାଗତ କରି ଗୋପାଳ ସମାଜର ଲୋକମାନେ ଉତ୍ସବ ପାଳନ କରିଥିଲେ।
ଜନ୍ମାଷ୍ଟମୀ ପରେ ଆସନ୍ତାକାଲି ସକାଳେ ନନ୍ଦ ଉତ୍ସବ ପାଳନ କରାଯିବ। ଏହି ଅବସରରେ ବିଭିନ୍ନ ଗ୍ରାମର ଗୋପାଳ ସମାଜର ଲୋକମାନେ ଏକତ୍ରିତ ହୋଇ ଆନନ୍ଦ ଉଲ୍ଲାସର ସହ ନନ୍ଦ ଉତ୍ସବରେ ସାମିଲ ହେବାକୁ ପ୍ରସ୍ତୁତ ହୋଇଛନ୍ତି।