ଚୌଦ୍ୱାର ମହାବିଦ୍ୟାଳୟରେ ଗଳ୍ପ ଓ କବିତା ପ୍ରତିଯୋଗିତା ଅନୁଷ୍ଠିତ ।
ଓଡ଼ିଆ ପକ୍ଷର ୪ର୍ଥ ଦିବସ ରେଚୌଦ୍ୱାର ମହାବିଦ୍ୟାଳୟରେ ପୂର୍ବାହ୍ନ ୧୦ ଘଟିକା ସମୟରେ “ଆମ ଖାଦ୍ୟ, ଆମ ପୋଷାକ” ବିଷୟକୁ ନେଇ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି।।କଟକ ଜିଲ୍ଲା ଟାଙ୍ଗୀ-ଚୌଦ୍ବାର ବ୍ଲକ ଅନ୍ତର୍ଗତ ଚୌଦ୍ବାର ମହାବିଦ୍ୟାଳୟ ଓଡିଆ ପକ୍ଷ ର ଚତୁର୍ଥ ଦିବସ ଅବସରରେ ଓଡିଆ ଗଳ୍ପ ଓ କବିତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ପ୍ରଥମେ ଗଳ୍ପ ଓ କବିତା ପ୍ରତିଯୋଗିତା ସଫଳତାର ସହ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ କଲେଜର ସମସ୍ତ ଅଧ୍ୟାପକ ଓ ଅଧ୍ୟାପିକାମାନେ ପାରମ୍ପରିକ ପୋଷାକ ପରିଧାନ କରି କାର୍ଯ୍ୟକ୍ରମକୁ ଆକର୍ଷଣୀୟ କରିଥିଲେ।”ବିଶ୍ୱ ଦରବାରରେ ଓଡିଆ ଅସ୍ମିତା ର ସ୍ବାଭିମାନ ନିମନ୍ତେ ଆମ ଖାଦ୍ୟ, ଆମ ପୋଷାକ” ବିଷୟକୁ ନେଇ ଏକ ଆଲୋଚନାଚକ୍ର ମଧ୍ୟ ଆୟୋଜିତ ହୋଇଥିଲା। ଏହି ଆଲୋଚନାରେ କଲେଜର ଅଧ୍ୟକ୍ଷା ପ୍ରାଧ୍ୟାପକ ଓ ଅଧ୍ୟାପକମାନେ ନିଜ ନିଜ ମତାମତ ପ୍ରକାଶ କରିଥିଲେ ।।

ଏହି କାର୍ଯ୍ୟକ୍ରମରେ କଲେଜର ଅଧ୍ୟକ୍ଷା ଶ୍ରୀମତୀ ରଶ୍ମୀ ରାଉତରାୟ ଓ ବିତ୍ତ ଅଧିକାରୀ ପ୍ରାଧ୍ୟାପକ ପ୍ରଭାକର ମିଶ୍ର, ଡ଼ଃ ହରପ୍ରିୟା ମହାପାତ୍ର ଉପସ୍ଥିତ ଥିଲେ। ସଂସ୍କୃତ ବିଭାଗର ଅଧ୍ୟାପିକା ଡ଼ଃ ସସ୍ମିତା କର, ଶୁଭସ୍ମିତା ଭୂୟାଁ, ଲିଜା ରଥ ଓ ସୁଚିତ୍ରା ସାହୁ କାର୍ଯ୍ୟକ୍ରମକୁ ସୁଚାରୁ ଭାବେ ପରିଚାଳନା କରିଥିଲେ।।
ସମଗ୍ର କାର୍ଯ୍ୟକ୍ରମଟି ଉତ୍ସାହ ଓ ଉତ୍ସବମୟ ପରିବେଶରେ ସଫଳତାର ସହ ସମାପ୍ତ ହୋଇଥିଲା।। ଚୌଦ୍ବାର ମହାବିଦ୍ୟାଳୟ ର ଓଡିଆ ଭାଷା ଓ ସାହିତ୍ୟ ବିଭାଗ ର ମୁଖ୍ୟ ଅଧ୍ୟାପକ ଡ. ପ୍ରଫୁଲ୍ଲ କୁମାର ସାହୁ ଙ୍କ ସକ୍ରିୟ ସହଯୋଗ ଓ ସହଭାଗିତା ପ୍ରଦାନ କରିଥିଲ । ଉକ୍ତ କାର୍ଯ୍ୟକ୍ରମକୁ
ସଂଯୋଜିକା
ସଂସ୍ମିତା କର ସୁଚାରୁରୂପେ ସଂଯୋଜନା କରିଥିଲେ।।
କଟକ- ଚୌଦ୍ବାର ରୁ ବ୍ୟୁରୋ ଚିଫ୍ ସାମ୍ବାଦିକ ଅକ୍ଷୟ ଫଗୁଣ ଙ୍କ ରିପୋର୍ଟ Hr TV ଓଡିଆ।।