ଜିଲାର ଶ୍ରେଷ୍ଠ ଆଶାଭାବେ ପୁରସ୍କୃତ ହେଲେ ଗଣିଆ ବ୍ଳକର ମାମିନା ବେହେରା
ଗଣିଆ,-(ବିଶ୍ୱରଂଜନ ସେଠି) ଜିଲାସ୍ତରୀୟ ଆଶା ଓ ଗାଁ କଲ୍ୟାଣ ସମିତି ସମ୍ମିଳନୀ ନୟାଗଡ଼ ସ୍ଥିତ ପଠାଣୀ ସାମନ୍ତ ସଂସ୍କୃତି ଭବନ ପରିସରରେ ଗତକାଲି ଅନୁଷ୍ଠିତ ହୋଇଯାଇଛି । ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ପୁଷ୍ପା ନିଳିମା ଲାକ୍ରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ ସମ୍ମିଳନୀରେ ଜିଲାର ସମସ୍ତ ବ୍ଳକର ଆଶାକର୍ମୀ ଓ ଗାଁ କଲ୍ୟାଣ ସମିତି ସଭ୍ୟମାନେ ଯୋଗଦାନ କରିଥିଲେ । ଉକ୍ତ ସମିଳନୀରେ ମଂଚାସୀନ ଅଧିକାରୀମାନେ ଆଶାମାନଙ୍କର କାର୍ଯ୍ୟକୁ ପ୍ରଂସଶା କରିବା ସହିତ ସମଗ୍ର ଜିଲାରେ ଶ୍ରେଷ୍ଠ ଆଶାଭାବେ ଗଣିଆ ବ୍ଳକ କରଡ଼ାପଡ଼ା ପଂଚାୟତର ମାମିନା ବେହେରାଙ୍କୁ ମାନପତ୍ର ସହିତ ପୁରସ୍କାର ରାଶି ଓ ଟ୍ରଫି ପ୍ରଦାନ କରିବା ସହିତ ଏଥି ସହିତ ବ୍ଳକସ୍ତରରେ ଆଶାମାନଙ୍କର କାର୍ଯ୍ୟରେ ପ୍ରଥମ ଭାବେ କରଡ଼ାପଡ଼ା ପଂଚାୟତର ମାମିନା ବେହେରା, ୨ୟଭାବେ ଜଗନ୍ନାଥପ୍ରସାଦ ଗ୍ରାମର ଆଶା ପ୍ରଭାସିନି ସାହୁ ଓ ୩ୟଭାବେ ପତଣ୍ଡା ଗ୍ରାମର ଆଶା ସସ୍ମିତା ପଣ୍ଡା ଓ ଡୁଇସିଙ୍ଗ ଗ୍ରାମର ଚାନ୍ଦିନୀ ଦେଇଙ୍କୁ ପୁରସ୍କୃତ କରାଯାଇଥିଲା ।

ଶ୍ରେଷ୍ଠ ଗାଁ କଲ୍ୟାଣ ସମିତିଭାବେ ଗଣିଆ ବ୍ଳକର କିଶୋରପ୍ରସାଦ ପଂଚାୟତର ଇନ୍ଦିପଟା ଗାଁ କଲ୍ୟାଣ ସମିତି, ଓ ଗଣିଆ ବ୍ଳକର ଶ୍ରେଷ୍ଠ ସବସେଂଟରଭାବେ କରଡ଼ାପଡ଼ା ପଂଚାୟତର ନୂଆପଡ଼ା ସବସେଂଟରର ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରିଣୀ ସନ୍ଧ୍ୟାରାଣୀ ଭୋଳଙ୍କୁ ପୁରସ୍କାର ରାଶି ଦେଇ ମୁଖ୍ୟ ଅତିଥି ଜିଲାପରିଷଦ ଅଧ୍ୟକ୍ଷ ଦେବାଶିଷ ପଟନାୟକ ପୁରସ୍କତ କରିଥିଲେ । ୨୦୨୫-୨୬ର କାୟାକଳ୍ପ ପୁରସ୍କାରକୁ ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାର ଡାକ୍ତର ମଧୁସୁଦନ ଦାସ ମୁଖ୍ୟ ଅତିଥିଙ୍କ ଠାରୁ ଗ୍ରହଣ କରିଥିଲେ । ସମଗ୍ର ଜିଲାରେ ଗଣିଆ ବ୍ଳକର ମାମିନା ବେହେରା ଶ୍ରେଷ୍ଠ ଆଶାଭାବେ ପୁରସ୍କୃତ ହେବାପରେ ଗଣିଆ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡାକ୍ତର ମଧୁସୁଦନ ଦାଶ ମାମିନା ବେହେରାଙ୍କୁ ଶୁଭେଛା ଜଣାଇବା ସହିତ ସେ ତାଙ୍କର ଉତମ କାର୍ଯ୍ୟକଳାପ ପାଇଁ ସମସ୍ତ ଅଶାମାନଙ୍କ ଉଦାହରଣ କହିଥିଲେ ।