ଡ଼ଃ ଅଜୟ କୁମାର ମୁଦୁଲି ପାଇଲେ ବ୍ୟାସ ପ୍ରତିଭା ସଂମ୍ମାନ -2025

ଜଗତସିଂହପୁର ତା 3/8/25ବାଲିକୁଦା ବ୍ଲକ ଥାଇଳୋ ପଞ୍ଚାୟତ ର ପୂର୍ବତନ ସରପଞ୍ଚ ଏବଂ ସମିତି ସଭ୍ୟ ନଟବର ମୁଦୁଲି ଙ୍କ ସୁପୁତ୍ର ତଥା ବାଲିକୁଦା କରମଙ୍ଗ ସ୍ଥିତ ସାରଳା ସଂସ୍କୃତ ମହାବିଦ୍ୟାଳୟ ର ଅଧକ୍ଷ ଡ଼ଃ ଅଜୟ କୁମାର ମୁଦୁଲି ଚଳିତ ବର୍ଷ ନିମନ୍ତେ ବ୍ୟାସ ଫାଉଣ୍ଡେସନ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ବ୍ୟାସ ପ୍ରତିଭା ସଂମ୍ମାନ -2025 ସଂମ୍ମାନରେ ସଂମ୍ମାନିତ ହୋଇଛନ୍ତି | ତିର୍ତୋଲ ଅରିଲୋ ସ୍ଥିତ ଶିଶୁ ଅନନ୍ତ ଆଶ୍ରମ ପରିସରରେ ଏକ ବର୍ଣାଢିୟ ଉଛବ ରେ ପଦ୍ମଶ୍ରୀ ବାବା ବଳିଆ ଡ଼ଃ ଅଜୟ କୁମାର ମୁଦୁଲି ଙ୍କୁ ପୁଷ୍ପଗୁଛ, ମାନପତ୍ର, ଉପଢୌକନ ଦେଇ ସଂମ୍ମାନିତ କରିଛନ୍ତି | ଡ଼ଃ ଅଜୟ କୁମାର ମୁଦୁଲି ଏହା ପୂର୍ବରୁ ଅନେକବାର ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଜାତୀୟ ପ୍ରତିଭା ସଂମ୍ମାନ ରେ ସଂମ୍ମାନିତ ହୋଇ ଜଗତସିଂହପୁର ଜ଼ିଲ୍ଲା ପାଇଁ ଗୌରବ ଅର୍ଜନ କରିଥିବାରୁ ଜ଼ିଲ୍ଲା ର ବିଭିନ୍ନ ଅନୁଷ୍ଠାନ ଏବଂ ବ୍ୟକ୍ତି ବିଶେଷ ଙ୍କ ପକ୍ଷରୁ ଡ଼ଃ ମୁଦୁଲି ଙ୍କୁ ଶୁଭେଚ୍ଛା ର ସୁଅ ଛୁଟିଛି |ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ