ନଗଦ କାରବାର ହୋଇନଥିବାରୁ ଆସିପାରୁନି ପେଟ୍ରୋଲ, ରାଜଧାନୀରେ ଅଧା ଟାଙ୍କି ବନ୍ଦ

ରାଜଧାନୀ ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ପେଟ୍ରୋଲ ଟାଙ୍କି ବନ୍ଦ। ନାହିଁ ନଥିବା ହଇରାଣ ହେଉଛି ଚାଳକ। ନଗଦ ଟଙ୍କା କାରବାର ହେଉନଥିବାରୁ ଆସିପାରୁନି ପେଟ୍ରୋଲ।ଟାଙ୍କିକୁ ତେଲ ଦେଉ ନାହାନ୍ତି କମ୍ପାନୀ। ତେଲ କମ୍ପାନୀଙ୍କ କହିବା ଅନୁଯାୟୀ ତେଲ ଟାଙ୍କି ମାଲିକମାନେ ନଗଦ ଟଙ୍କା ଦେଇ କମ୍ପାନୀଠୁ ତେଲ କିଣିବେ। ଏବେ ବାକି କାରବାର ବନ୍ଦ ହୋଇ ଥିବାରୁ ନଗଦ ନଦେଲେ ଟାଙ୍କିରେ ତେଲ ଦିଆଯାଉ ନାହିଁ। ଭୁବନେଶ୍ୱର ଲୁଇସ ରୋଡରେ ବି ମିଳୁନି ପେଟ୍ରୋଲ । ଆଜିକୁ ଦୁଇ ଦିନ ହେବ ପେଟ୍ରୋଲ ମିଳୁନ ଥିବାରୁ ଗ୍ରାହକମାନେ ହଇରାଣ ହେଉଛନ୍ତି । ପେଟ୍ରୋଲ ସଂକଟ ଦିନକୁ ଦିନ ଗଭୀର ହେଉଥିବାବେଳେ ଏହାର ସମାଧାନ ପାଇଁ ସରକାର ଓ ସମ୍ବନ୍ଧିତ ବିଭାଗର ତୁରନ୍ତ ପଦକ୍ଷେପ ଆବଶ୍ୟକ ବୋଲି ଦାବି କରିଛନ୍ତି ସାଧାରଣ ଲୋକ ।ପେଟ୍ରୋଲ ଡିଲର୍ସ ସଂଘର ସଭାପତି ସଂଜୟ ଲାଠ୍‌ କହିଛନ୍ତି, ଶନିବାର, ରବିବାର ବ୍ୟାଙ୍କ ଛୁଟି ଥିଲା । ଏଥିପାଇଁ ଟଙ୍କା ଡିପୋଜିଟ୍‌ ହୋଇ ପାରିନଥିଲା । ତେଣୁ ତୈଳ କମ୍ପାନି ତେଲ ଦେଇନଥିଲେ। ଯାହା ଫଳରେ ସୋମବାର ପେଟ୍ରୋଲ ଗାଡ଼ି ବିଳମ୍ବରେ ପହଞ୍ଚିଥିଲା । ତେଣୁ ଭୁବନେଶ୍ୱରେ ୩ ଟାଙ୍କି ସକାଳୁ ଅଚଳ ଥିଲା । ପରେ ସ୍ୱଭାବିକ ହୋଇଥିଲା । ତେବେ ଲୋକେ ଅତଙ୍କିତ ନହେବାକୁ ସେ ପରାମର୍ଶ ଦେଇଛନ୍ତି।