ନୀତିଶ କୁମାରଙ୍କ ପୁଅ ନିଶାନ୍ତଙ୍କୁ ମିଳିଲା Z ସିକ୍ୟୁରିଟି !ବିଜୟ ସିହ୍ନାଙ୍କ ସୁରକ୍ଷା Z ପ୍ଲସ୍ ବର୍ଗରୁ Z କୁ ହ୍ରାସ
ନୀତିଶ କୁମାର ରାଜ୍ୟସଭା ଯିବା ପରେ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ବିଜେପି ନେତା ସମ୍ରାଟ ଚୌଧୁରୀ ବିହାର ମୁଖ୍ୟମନ୍ତ୍ରୀ ହୋଇଛନ୍ତି । ନୀତିଶ ଗାଦି ଛାଡ଼ିବା ପରେ, ତାଙ୍କ ପୁଅ ନିଶାନ୍ତ କୁମାର ଉପମୁଖ୍ୟମନ୍ତ୍ରୀ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଥିଲା । କିନ୍ତୁ କିଛି ହେଲା ନାହିଁ । ଏବେ ନିଶାନ୍ତ କୁମାରଙ୍କୁ Z ସିକ୍ୟୁରିଟି ପ୍ରଦାନ କରାଯାଇଛି । ତାଙ୍କୁ ଏହି ସୁରକ୍ଷା ଯୋଗାଇ ଦିଆଯାଇଥିବା ନେଇ ରାଜ୍ୟର ଗୃହ ବିଭାଗ ପକ୍ଷରୁ ସୂଚନା ମିଳିଛି । ବିଜୟ ସିହ୍ନାଙ୍କ ସୁରକ୍ଷା Z ପ୍ଲସ୍ ବର୍ଗରୁ Z କୁ ହ୍ରାସ କରାଯାଇଛି। ତାଙ୍କ ବ୍ୟତୀତ ଶ୍ରବଣ କୁମାରଙ୍କୁ ମଧ୍ୟ ଏସ୍କର୍ଟ ସହିତ Y ପ୍ଲସ୍ ସୁରକ୍ଷା ମିଳିଛି। ମୁଖ୍ୟମନ୍ତ୍ରୀ ପଦ ଛାଡିବା ପରେ ନୀତିଶ କୁମାର ଅଧିକ ଶକ୍ତିଶାଳୀ ହୋଇଯାଇଛନ୍ତି। କାରଣ ବର୍ତ୍ତମାନ ତାଙ୍କର ଦେଶବ୍ୟାପୀ Z ପ୍ଲସ୍ ସୁରକ୍ଷା ରହିବ।