ପାନାବେଡ଼ା ମହାବିଦ୍ୟାଳୟରେ ଆତ୍ମସୁରକ୍ଷା ତାଲିମ ପ୍ରଦାନ ର ଉଦଯାପନୀ ଦିବସ ପାଳନ

ସ୍ଥାନ – ଚନ୍ଦାହାଣ୍ଡିତା୧୭/୦୪/୨୦୨୬(ପୀତାମ୍ବର ସୋରୀ ) ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ୍ ଅନ୍ତର୍ଗତ ପାନାବେଡ଼ା ମହାବିଦ୍ୟାଳୟ ଚନ୍ଦାହାଣ୍ଡି ଠାରେ ଛାତ୍ରୀ ମାନଙ୍କୁ ଆତ୍ମ ସୁରକ୍ଷା ସଂପର୍କିତ ଏକ ତାଲିମ ପ୍ରଦାନ କାର୍ଯ୍ୟକ୍ରମ ର ଉଦଯାପନୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି l ପାନାବେଡ଼ା ମହାବିଦ୍ୟାଳୟର ଅଧ୍ୟକ୍ଷ ଦ୍ଵାରିକାନାଥ ବାଗଙ୍କ ନେତୃତ୍ବରେ ପରିଚାଳିତ ସଭାରେ ମୁଖ୍ଯ ଅତିଥି ଭାବେ ସମାଜସେବୀ ପୀତାମ୍ବର ସୋରୀ ମଞ୍ଚାସୀନ ହୋଇଥିବା ବେଳେ ମୁଖ୍ୟବକ୍ତା ଭାବେ ଇଂରାଜୀ ଅଧ୍ୟାପକ ଚତୁର୍ଭୁଜ ମେହେର, ସମ୍ମାନିତ ଅତିଥି ରୂପେ ଓଡ଼ିଆ ଅଧ୍ୟାପିକା ଦୁର୍ମିଳା ବାଘ, ଅର୍ଥନୀତି ଅଧ୍ୟାପିକା ରିତାରାଣୀ ବାଘ, ବରିଷ୍ଠ କିରାଣୀ ହରିଶ୍ଚନ୍ଦ୍ର ସାହୁ ପ୍ରମୁଖ ମଞ୍ଚାସୀନ ହୋଇଥିଲେ l ଉକ୍ତ ଛାତ୍ରୀ ଆତ୍ମ ସୁରକ୍ଷା ତାଲିମ ପ୍ରଦାନ ଗତ ୮ ତାରିଖ ରୁ ପ୍ରାରମ୍ଭ ହୋଇ ଚଳିତ ୧୫ ତାରିଖ ଦିନ ପର୍ଯ୍ୟନ୍ତ ଏହି ତାଲିମ୍ ପ୍ରଦାନ କାର୍ଯ୍ୟକ୍ରମ ଜାରି ରହିଥିଲା l ଉକ୍ତ ଆତ୍ମସୁରକ୍ଷା ତାଲିମ୍ ପ୍ରଦାନରେ ତାଲିମ୍ ଦାତ୍ରୀ ସଂଯୁକ୍ତା ସାନ୍ତା ମହାବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ଆତ୍ମସୁରକ୍ଷା ପାଇଁ କିଭଳି ନିଜକୁ ଗଢ଼ି ତୋଳିବେ ଏବଂ ନିଜର ଆତ୍ମ ସୁରକ୍ଷା କରି ପାରିବେ ଏଥି ନେଇ ପ୍ରତ୍ୟେକ ଛାତ୍ରୀ ଏହି ଆତ୍ମ ସୁରକ୍ଷାର ଉପାୟ ଶିକ୍ଷା ଲାଭରେ ବହୁ ସଂଖ୍ୟାରେ ଭାଗନେଇଥିବା ଦେଖିବାକୁ ମିଳିଥିଲା l ବର୍ତ୍ତମାନ ଦେଶରେ ବହୁ ଅସାମାଜିକଙ୍କ କୁକର୍ମକୁ ଦୃଷ୍ଟିରେ ରଖି ସେମାନଙ୍କ ଦାଉରୁ ରକ୍ଷା ପାଇବା ଓ ଜୀବନ ରକ୍ଷା କରିବା ସହ ନିଜକୁ ସୁରକ୍ଷିତ ରଖିବା ପାଇଁ ବର୍ତ୍ତମାନର ସମୟରେ ନିହାତି ଆତ୍ମ ସୁରକ୍ଷା ଭଳି ଏକ ଜୀବନ ଜିବିକା ଭିତରେ ବଞ୍ଚି ସୁରକ୍ଷିତ ରହିବାର ଉପାୟ ବିଶେଷକରି ଝିଅ, ମା ଭଉଣୀ ସମସ୍ତଙ୍କୁ ଏହାର ଆବଶ୍ୟକତା ରହିଛି l ଏଥିନିମନ୍ତେ ମହାବିଦ୍ୟାଳୟ ସ୍ତରରେ ଝିଅ ମାନଙ୍କୁ ସେମାନଙ୍କର ନିଜର ଆତ୍ମ ସୁରକ୍ଷା ପାଇଁ କିଛୁ ଶିଖିବାର ଆବଶ୍ଯକତା ରହିଛି ବୋଲି ମହାବିଦ୍ୟାଳୟର ଅଧ୍ୟକ୍ଷ ଦ୍ଵାରିକାନାଥ ବାଗ ପ୍ରକାଶ କରିଥିଲେ l ମୁଖ୍ୟ ବକ୍ତା ଇଂରାଜୀ ଅଧ୍ୟାପକଚତୁର୍ଭୁଜ ମେହେର, ଝିଅମାନେ ନିଜକୁ କିଭଳି ସୁରକ୍ଷିତ ରଖିବେ ଓ ପ୍ରତିପକ୍ଷଙ୍କୁ ମୁକାବିଲା କରିବା ସହ ତାଙ୍କୁ କାବୁ କରି ନିଜର ସୁରକ୍ଷା ପାଇଁ ଦାମ୍ଭିକତା ସହିତ ମୁକାବିଲା କରିବେ ସେ ନେଇ ନିଜର ବକ୍ତବ୍ୟ ରଖିଥିଲେ l ସେହିଭଳି ମୁଖ୍ୟ ଅତିଥି ସମାଜସେବୀ ପୀତାମ୍ବର ସୋରୀ ପୁରୁଷ କୈନ୍ଦ୍ରିକ ସମାଜରେ ସ୍ୱାଭିମାନ ର ସହ ବଞ୍ଚିବା ସହିତ ବର୍ତ୍ତମାନ ର ପରିସ୍ଥିତିରେ ଅସାମାଜିକଙ୍କ ଠାରୁ ନିଜ କୁ ସୁରକ୍ଷିତ ରଖିବା ପାଇଁ ପ୍ରଦାନ କରାଯାଇଥିବା ଆତ୍ମସୁରକ୍ଷା ତାଲିମ୍ ର ଉପଯୋଗ ଦରକାର ପଡିଲେ ପ୍ରୟୋଗ କରି ନିଜକୁ ସୁରକ୍ଷିତ ରଖିବାକୁ ପ୍ରୟାସ କରିବା ପାଇଁ ଧୈର୍ଯ୍ୟର ସହ ମୁକାବିଲା କରିବା ପାଇଁ ଲଢ଼େଇ କରିବାକୁ ଅଗ୍ରସର ହେବେ ଓ ବିଦ୍ୟା ଅଧ୍ୟୟନ ରେ ଧ୍ୟାନ ଦେବା ସହିତ ଗୁରୁ ଶିଶ୍ୟ ର ପରମ୍ପରା କୁ ବଜାୟ ରଖିବା ଏବଂ ସମାଜରେ ଜଣେ ପ୍ରତିଷ୍ଠିତ ନାରୀ ରୂପେ ନିଜକୁ ନିର୍ମାଣ ପାଇଁ ନିଜକୁ ପ୍ରସ୍ତୁତ କରିବା ସହ ନାରୀ ସୁରକ୍ଷା ଓ ଦେଶର ବିଭିନ୍ନ ସ୍ଥାନରେ ମହିଳା ମାନଙ୍କ ପ୍ରତି ହେଉଥିବା ଅତ୍ୟାଚାର ଅପରାଧ, ତତ୍ ସହିତ ଆତ୍ମ ସୁରକ୍ଷା ସଂପର୍କିତ ତାଲିମ୍ ର ପ୍ରୟୋଗ ରେ ନିଜକୁ ବଞ୍ଚାଇବା ଓ ଦେଶର ପ୍ରଚଳିତ ଆଇନ ନରୀ ମାନଙ୍କୁ ଦେଉଥିବା ସୁରକ୍ଷା ସମ୍ବନ୍ଧରେ ବିସ୍ତାର ଭାବେ ଆଲୋକପାତ କରିଥିଲେ l ସବାଶେଷରେ ଆତ୍ମ ସୁରକ୍ଷା ତାଲିମ୍ ରେ ଭାଗ ନେଇଥିବା ଛାତ୍ରୀ ମାନଙ୍କୁ ପ୍ରମାଣପତ୍ର ମାନ ପ୍ରଦାନ କରାଯାଇଥିଲା l ମହାବିଦ୍ୟାଳୟ କର୍ମଚାରୀ ସେମନଲାଲ ସାହୁ , କମଳ ଲୋଚନ ବାଘ, ରାଜେନ୍ଦ୍ର ସୁନାନୀ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ l