ପାରିବାରିକ ଝଗଡା ଯୋଗୁଁ ବାଇକୁରୁ ଡେଇ ମହିଳା ମୃତ

କୋଣାର୍କ: ପାରିବାରିକ ଝଗଡା ଯୋଗୁଁ ବାଇକୁରୁ ଡେଇ ମହିଳା ମୃତ ରାମଚଣ୍ଡୀ ଥାନାରେ ଅଭିଯୋଗ ପରେ ତଦନ୍ତ ଜାରୀ ।ସୂଚନା ମୁତାବକ କାକଟପୁର ରୁ ପୁରୀ ଯିବା ରାସ୍ତା ର ରାମଚଣ୍ଡୀ ଥାନା ଅନ୍ତର୍ଗତ ନିଆଖିଆ ବ୍ରିଜ୍ ନିକଟରେ ଘଟିଛି ଘଟଣା।ସ୍ବାମୀ ସ୍ତ୍ରୀ ଝଗଡାକୁ ନେଇ ବାଇକିରୁ ଡେଇଁ ଗୁରତ୍ୱର ଅବସ୍ଥା ରେ ଆମ୍ବୁଲାନ୍ସ ଯୋଗେ ପୁରୀ ମେଡିକାଲ ରେ ଭର୍ତ୍ତି। ଡାକ୍ତର ସେଠାରେ ମୃତ ଘୋଷଣା କରିଥିବା ସୂଚନା।ମହିଳା ଜଣକ ହେଉଛନ୍ତି ପୁରୀ ପେଣ୍ଠକଟା ଅଞ୍ଚଳ ର ମାନସୀ ବେହେରା ହୋଇଥିବା ବେଳେ ଯୁବକ ଜଣଙ୍କ ମଧ୍ୟ କାକଟପୁର ଥାନା ବିଭୁତିପୁର ର ଆର୍ତ୍ତ ସେଠୀ ବୋଲି ପୋଲିସ ର ପ୍ରାଥମିକ ତଦନ୍ତ ରୁ ଜଣାପଡିଛି।

ଏକ ବାଜାଜ୍ ଗାଡ଼ି(OD W 4914)ଯୋଗେ ପୁରୀ ଅଭିମୁଖେ ଯିବା ସମୟରେ ବାଇକ୍ ରୁ ଡେଇଁ ମହିଳା ଗୁରୁତ୍ୱର ହୋଇଥିବା ବେଳେ ରାମଚଣ୍ଡୀ ପୋଲିସ୍ ଖବର ପାଇଁ ତଦନ୍ତ ଚଳାଇଥିବା ବେଳେ ଏ ପର୍ଯ୍ୟନ୍ତ କୌଣସି ରାମଚଣ୍ଡୀ ଥାନାରେ ଏତଲା ହୋଇନଥିବା ସୂଚନା। ସ୍ଥାନୀୟ ଲୋକଙ୍କ ସୂଚନା ଆଧାରରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଗାଡ଼ିଟି ବର୍ତ୍ତମାନ ରାମଚଣ୍ଡୀ ଥାନାରେ ଅଛି। ଝିଅ ଘର ଲୋକେ ଅଭିଯୋଗ ପରେ ତଦନ୍ତ ପକ୍ରୀୟା ହେବ ବୋଲି ରାମଚଣ୍ଡୀ ପୋଲିସ ପକ୍ଷରୁ ସୂଚନା।କୋଣାର୍କ ରୁ ପ୍ରକାଶ କାଣ୍ଡି