ବନ୍ଧୁତା ହେଉଛି ଜୀବନର ସବୁଠାରୁ ବଡ଼ ବନ୍ଧନ

ଜଗତସିଂହପୁର ତା.03.08, 25 ଜଗତସିଂହପୁର ସଦର ବ୍ଲକ ଅନ୍ତର୍ଗତ ପୁରୁଣାଗଡ଼ସ୍ଥିତ ପ୍ରଫୁଲ ପାଠାଗାରଠାରେ ପାଠାଗାରର ସଭାପତି ରବୀନ୍ଦ୍ରନାଥ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ବିଶ୍ୱ ବନ୍ଧୁତ୍ୱ ଦିବସ ପାଳିତ ହୋଇ ଯାଇଛି I ଏହି ଦିବସରେ ଉପସ୍ଥିତ ରହି ସ୍ତମ୍ଭକାର ହିମାଂଶୁ ଶେଖର ଆଚାର୍ଯ୍ୟ, ଶିକ୍ଷାବିତ ବଂଶୀଧର ଆଚାର୍ଯ୍ୟ, ଅଧ୍ୟାପକ ଲଷ୍ମୀଧର ପ୍ରଧାନ, ଶିକ୍ଷାବିତ ସତ୍ୟବାଦୀ ଦାସ, ବିଭୁତି ଭୂଷଣ ଲେଙ୍କା ପ୍ରମୁଖ ଆଲୋଚନାରେ ଭIଗନେଇ ବନ୍ଧୁତା ହେଉଛି ଜୀବନର ସବୁଠାରୁ ବଡ଼ ବନ୍ଧନ ବୋଲି ମତବ୍ୟକ୍ତ କରିଥିଲେ I ମିଳିତ ଜାତିସଙ୍ଘ ଜୁଲାଇ 30 କୁ ବିଶ୍ୱ ବନ୍ଧୁତ୍ୱ ଦିବସ ସ୍ୱୀକୃତି ଦେଇଥିବାବେଳେ ଭାରତ ସମେତ ବିଶ୍ୱର ଅନେକ ଦେଶ ଅଗଷ୍ଟ ମାସ ପ୍ରଥମ ରବିବାରକୁ ବିଶ୍ୱ ବନ୍ଧୁତ୍ୱ ଦିବସରୂପେ ପାଳନ କରୁଛନ୍ତି ବୋଲି ଉଲେଖ କରିଥିଲେ I ଅନ୍ୟମାନଙ୍କ ମଧ୍ୟରେ ସଞ୍ଜୟ ସାମନ୍ତ ସିଂହାର, ଚନ୍ଦ୍ର ଶେଖର ରାୟ, ଶ୍ରୁତକିର୍ତ୍ତୀ ମିଶ୍ର, ଅଜୟ କୁମାର ପତି ଆଦି ଉପସ୍ଥିତ ରହି ଆଲୋଚନାରେ ଭାଗ ନେଇଥିଲେ I ଶେଷରେ ପାଠାଗାରର ସମ୍ପାଦକ ସୁରେନ୍ଦ୍ର କୁମାର ରାୟ ଧନ୍ୟବାଦ ଅର୍ପଣ କରିଥିଲେ Iଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ