ବିଜେଡିର ଇଣ୍ଡି ମେଣ୍ଟ ସହ ହୋଇଛି ଅଘୋଷିତ ବୁଝାମଣା
ବିଜେଡିର ଇଣ୍ଡି ମେଣ୍ଟ ସହ ହୋଇଛି ଅଘୋଷିତ ବୁଝାମଣା । ମହିଳା ସଂରକ୍ଷଣ ବିଲ କାଟ ଖାଇବା ପ୍ରସଙ୍ଗରେ ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ ପ୍ରତିକ୍ରିୟା ରଖି କହିଛନ୍ତି, ଆଗରୁ ବିଜେପିକୁ ସମର୍ଥନ କରୁଥିଲେ, ଏବେ ଇଣ୍ଡି ମେଣ୍ଟକୁ ସମର୍ଥିନ । ଏହା ଦ୍ୱାରା ବିଜେପିର କିଛି ଅସୁବିଧା ହେବନି କହିଲେ ପ୍ରଦୀପ ବଳସାମନ୍ତ । ସୂଚନାମୁତାନବକ ମହିଳା ସଂରକ୍ଷଣକୁ ତ୍ୱରାନ୍ୱିତ କରିବା ପାଇଁ ନୂତନ ଜନଗଣନା ବିନା ସୀମା ପୁନଃନିର୍ଦ୍ଧାରଣ ପ୍ରକ୍ରିୟା ଶେଷ କରିବାକୁ ଆସିଥିବା ସମ୍ବିଧାନ ସଂଶୋଧନ ବିଲ୍ ଲୋକସଭାରେ କାଟ୍ ଖାଇଛି । ସରକାରଙ୍କୁ ଦୁଇ ତୃତୀୟାଂଶ ସଦସ୍ୟଙ୍କ ସମର୍ଥନ ନ ମିଳିବାରୁ ଏହି ବିଲ୍ ସଂସଦରେ ବିଫଳ ହୋଇଛି । ଯାହାକୁ ନେଇ ରାଜ୍ୟ ରାଜନୀତିରେ କମ୍ପନ ସୃଷ୍ଟି ହୋଇଛି ।