ରାକ୍ଷୀ ପୂର୍ଣ୍ଣିମାରେ ମହିଳାଙ୍କୁ ମିଳିବ ସୁଭଦ୍ରା ଟଙ୍କା 

ରାକ୍ଷୀ ପୂର୍ଣ୍ଣିମାରେ ମହିଳାଙ୍କୁ ମିଳିବ ସୁଭଦ୍ରା ଟଙ୍କା ।ଏନେଇ ସୂଚନା ଦେଲେ ପ୍ରଭାତୀ ପରିଡା । ଜୁଲାଇ ୨୫ରୁ ଜିଲ୍ଲାରୁ ଯେଉଁମାନଙ୍କ ନାଁ ଆସିଥିବ ସେମାନଙ୍କୁ ମିଳିବ ।ଏହା ଫଳରେ ଅପେକ୍ଷାରେ ଥିବା ଅନେକ ମହିଳା ଉପକୃତ ହେବେ।ସୁଭଦ୍ରା ଯୋଜନା ଓଡ଼ିଶା ସରକାରଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ମହିଳା କଲ୍ୟାଣ ଯୋଜନା। ଏହା ମାଧ୍ୟମରେ ଯୋଗ୍ୟ ମହିଳାମାନଙ୍କୁ ପର୍ଯ୍ୟାୟକ୍ରମେ ଆର୍ଥିକ ସହାୟତା ପ୍ରଦାନ କରାଯାଉଛି, ଯାହା ସେମାନଙ୍କ ଆର୍ଥିକ ସଶକ୍ତିକରଣ ଓ ଆତ୍ମନିର୍ଭରଶୀଳତାକୁ ବୃଦ୍ଧି କରିବାରେ ସହାୟକ ହେଉଛି। ଏହି ଯୋଜନାରେ ଯୋଗ୍ୟ ମହିଳାମାନଙ୍କୁ ପ୍ରତିବର୍ଷ ୫ ହଜାର ଟଙ୍କା ଲେଖାଏଁ ଦୁଇଟି କିସ୍ତିରେ ମୋଟ ୧୦ ହଜାର ଟଙ୍କା ପ୍ରଦାନ କରାଯାଉଛି।ପ୍ରତିବର୍ଷ ପ୍ରଥମକିସ୍ତି ରକ୍ଷାବନ୍ଧନ ଦିବସରେ ଓ ଦ୍ବିତୀୟ କିସ୍ତି ଆନ୍ତର୍ଜାତୀୟ ମହିଳା ଦିବସରେ ପ୍ରଦାନ କରାଯାଉଛି।