ଲୋକସଭାରେ ଫେଲ୍ ମାରିଲା ମହିଳା ସଂରକ୍ଷଣ ବିଲ୍ ଓ ସୀମା ନିର୍ଦ୍ଧାରଣ ବିଲ୍
ଲୋକସଭାରେ ଫେଲ୍ ମାରିଲା ମହିଳା ସଂରକ୍ଷଣ ବିଲ୍ ଓ ସୀମା ନିର୍ଦ୍ଧାରଣ ବିଲ୍। ବିଲ୍ ପାସ ପାଇଁ ଭୋଟିଂ କରାଯାଇଥିଲା। ମହିଳା ସଂରକ୍ଷଣ ବିଲ୍ ପାଇଁ ମୋଟ ୫୨୮ ଭୋଟ ପଡ଼ିଥିଲା। ଏହା ଏକ ସାମ୍ବିଧାନିକ ସଂଶୋଧନ ବିଲ୍ ଥିଲା, ଯାହାକୁ ପାସ୍ କରିବା ପାଇଁ ଦୁଇ-ତୃତୀୟାଂଶ ବହୁମତ ଆବଶ୍ୟକ ଥିଲା। ବିଲ୍ ପାସ୍ କରିବା ପାଇଁ ୩୫୨ ଭୋଟ ଆବଶ୍ୟକ ଥିଲା, କିନ୍ତୁ ବିଲ୍ ସପକ୍ଷରେ ମାତ୍ର ୨୯୮ ଭୋଟ ପଡ଼ିଥିଲା ଏବଂ ବିପକ୍ଷରେ ୨୩୦ ଭୋଟ ପଡ଼ିଥିଲା।ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଲୋକସଭାରେ ତାଙ୍କ ଭାଷଣ ସମୟରେ କହିଥିଲେ ଯେ ସମ୍ବିଧାନ ସଂଶୋଧନ ବିଲ୍ର ମହିଳା ସଂରକ୍ଷଣ ସହିତ କୌଣସି ସମ୍ପର୍କ ନାହିଁ, କିନ୍ତୁ ଏହା ଦକ୍ଷିଣ, ଉତ୍ତର-ପୂର୍ବ ଏବଂ ଛୋଟ ରାଜ୍ୟଗୁଡ଼ିକରୁ ପ୍ରତିନିଧିତ୍ୱ ହଟାଇ ଦେଶର ନିର୍ବାଚନ ମାନଚିତ୍ରକୁ ପରିବର୍ତ୍ତନ କରିବା ପାଇଁ ସରକାରଙ୍କ ଏକ ପ୍ରୟାସ, ଯାହା “ଏକ ରାଷ୍ଟ୍ର ବିରୋଧୀ କାର୍ଯ୍ୟଠାରୁ କମ୍ ନୁହେଁ”। ସଂସଦକୁ ଦିନକ ପାଇଁ ମୁଲତବୀ ରଖାଯାଇଛି, ଏବଂ ଶନିବାର ଏପ୍ରିଲ 18, 202) ରେ ପୁଣି ଥରେ ବୈଠକ ହେବ ।
