ସଟସର୍କିଟଯୋଗୁ ରାଉତପଡ଼ାଗ୍ରାମରେ ଅଗ୍ନିକାଣ୍ଡ ଘଟି ଗୋଟିଏ ପରିବାର ଦୁଇ ବଖରା ଛାରଖାର, ଲକ୍ଷାଧିକ ଟଙ୍କାର ସମ୍ପତି ପୋଡ଼ି ଛାରଖାର

ଗଣିଆ -(ବିଶ୍ୱରଂଜନ ସେଠି): ନୟଗଡ ଜିଲ୍ଲା ଗଣିଆ ବ୍ଲକ ଅନ୍ତର୍ଗତ ବେଲପଡ଼ା ପାଟଣା ଗ୍ରାମ ପଞ୍ଚାୟତ ରାଉତପଡ଼ା ଗ୍ରାମର ନୂଆଁସାହିରେ ଶୁକ୍ରବାର ଦିନ ଦିବା ୧୦ଘଣ୍ଟିକା ସମୟରେ ସଟ ସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ଘଟି ଗୋଟିଏ ପରିବାରର ୨ବଖରା ଘରପୋଡ଼ି ଯାଇଛି। ସୁଚନା ଥାଉକି ଗ୍ରାମର ଭିମା ସାହୁ ଦୁଇ ପୁଅ ପ୍ରତାପ ସାହୁ ଓ ବୋହୂ ଶାନ୍ତିଲତା ସାହୁଙ୍କୁ ନେଇ ନିଜର ଗୁଜୁରାଣ ମେଣ୍ଟାଉଥିବା ଘରେ ନିଆଁ ଲାଗି ଲକ୍ଷାଧିକ ଟଙ୍କାର‌ ଆସବାବପତ୍ର ପୋଡ଼ି ନଷ୍ଟ ହୋଇଯାଇଛି । ଘରେ କେହି ନଥିବା ସମୟରେ ବିଦ୍ୟୁତ ସର୍ଟସର୍କିଟ ହୋଇ ଘରେ ନିଆଁ ଲାଗିଯାଇ ନଷ୍ଟ ହୋଇଯାଇଛି ।

ଫଳରେ ଲକ୍ଷାଧିକ ଟଙ୍କାର ଜିନିଷପତ୍ର ସମ୍ପୂର୍ଣ ପୋଡିପାଉଁଶ ହୋଇଯାଇଥିବା ଦେଖିବାକୁ ମିଳିଛି ।ସୁନା ଅଳଙ୍କାର ୨ଲକ୍ଷ ଟଙ୍କା, , ଧାନ ଚାଉଳ , ବିରି ମୁଗ , ଘର ଜମିର ସମସ୍ତ କାଗଜପତ୍ର, ପିଲାମାନଙ୍କ ସମସ୍ତ ସାର୍ଟିଫିକେଟ, ଆସବାବପତ୍ର ପ୍ରାୟ ଲକ୍ଷାଧିକ ଟଙ୍କାର ଜିନିଷ ସମ୍ପୂର୍ଣ ଭାବେ ପୋଡି ପାଉଁଶ ହୋଇଯାଇଥିବା ପରିବାର ଲୋକେ କହିଛିନ୍ତି । ଘରୁ ଧୂଆଁ ବାହାରୁଥିବା ଦେଖି ଲୋକେ ଗଣିଆ ଦମକଳ ବାହିନୀକୁ ଫୋନ କରିବା ପରେ ଅଗ୍ନିଶମ ଅଧିକାରୀ ବିଜୟାନନ୍ଦ ପରିଡ଼ାଙ୍କ ସମେତ ଦମକଳ ବାହିନୀ କର୍ମଚାରୀ ମାନେ ଆସି ନିଆଁକୁ ଆୟତ୍ତ କରିଥିଲେ ମଧ୍ୟ କୌଣସି ଜିନିଷକୁ ନିଆଁ ଦାଉରୁ ରକ୍ଷା କରିପାରିନଥିଲେ ।ପରିବାରଟି ନିସହାୟ ହୋଇପଡିଥିବାରୁ ତାଙ୍କୁ ଥଇଥାନ କରାଯିବା ସହ ସରକାରୀ ସହାୟତା ପ୍ରଦାନ କରିବାକୁ ଗ୍ରାମବାସୀ ପ୍ରଶାସନଙ୍କୁ ଅନୁରୋଧ କରିଛନ୍ତି । ଘଟଣା ସ୍ଥଳରେ ଗଣିଆ ତହସିଦାର ଐସୂର୍ୟା ପୃଷେଠ, ବିଡ଼ିଓ ଲାବନେନ୍ଦୁ ମହାନ୍ତି , ଗଣିଆ ବ୍ଲକ ବିଜେପି ମଣ୍ଡଳ ସଭାପଟି ମହାବୀର ପ୍ରାସାଦ ମିଶ୍ର , ସ୍ଥାନୀୟ ସରପଞ୍ଚ ସୁକାନ୍ତ ଗଣ୍ଠିଆ, ବେଲାପଡା ପଞ୍ଚାଯତର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ସୁନୀଲ କୁମାର ବେହେରା ଗଣିଆ ଆର ଆଇ ,ଓ ଜିପିଓ ଘଟଣା ସ୍ଥଳରେ ପହଞ୍ଚିଥିଲେ । ବେଲପଡ଼ା ପାଟଣା ସରପଞ୍ଚ ସୁକାନ୍ତ ଗଣ୍ଠିଆ ୪ ହଜାର ଟଙ୍କା ସହାୟତା ଦେବାସହ ଏକ ସପ୍ତାହ ପର୍ଯ୍ୟନ୍ତ ରନ୍ଧା ଖାଦ୍ୟ ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି। ସେହିପରି ଗଣିଆ ବି ଡି ଓ ୫ହଜାର ଟଙ୍କା ଓ ଗଣିଆ ଭାଜପା ମଣ୍ଡଳ ସଭାପତି ମହାବୀର ପ୍ରସାଦ ମିଶ୍ର ୫ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି। ପ୍ରତି ଅଗ୍ନି ବିପନ୍ନ ପରିବାରକୁ ରେଡ଼କ୍ରସ ପାଣ୍ଠିରୁ ୧୦ ହଜାର ଲେଖାଁଏ ଆର୍ଥିକ ସହାୟତା ଓ ଜରିପାଲ ଯୋଗାଇ ଦେବାକୁ ଗଣିଆ ତହସିଲଦାର ଐଶର୍ଯ୍ୟା ପୃଷେଠ କହିଛନ୍ତି।