ସମାଜସେବୀ କାଁହୁ ଚରଣ ଦାଶ ଙ୍କ ଦ୍ୱାଦଶ ଉପଲକ୍ଷେ ସ୍ମୁତି ସଭା ଅନୁଷ୍ଠିତ
ଜଗତସିଂହପୁର ବ୍ଲକ ମୁଦୁପୁର ପଞ୍ଚାୟତ ସ୍ଥିତ ତଇଲା ଗ୍ରାମର ବିଶିଷ୍ଟ ସମାଜସେବୀ, ମିଷ୍ଟଭାସି, ପରୋପକାରୀ, ସମାଜ ସଂସ୍କାରକ, ଜଗନ୍ନାଥ ପ୍ରେମୀ କାହ୍ନୁ ଚରଣ ଦାଶ ଙ୍କ ଦ୍ୱାଦଶ ଉପଲକ୍ଷେ ଜନ୍ମମାଟି ତଇଲା ଠାରେ ସ୍ମୁତି ସଭା ଅନୁଷ୍ଠିତ ହୋଇଯାଇଛି | ବରିଷ୍ଟ କଂଗ୍ରେସ ନେତା ତଥା ପୂର୍ବତନ ଜ଼ିଲ୍ଲା ପରିଷଦ ଅଧକ୍ଷ୍ୟ ନଟବର ବାରିକ, ଲକ୍ଷ୍ମୀ ନାରାୟଣ ସାମନ୍ତରାୟ,ବିଶ୍ୱ ହିନ୍ଦୁ ପରିଷଦ ଜ଼ିଲ୍ଲା ସଭାପତି ପଣ୍ଡିତ ପ୍ରଫୁଲ୍ଲ କୁମାର ସାହୁ,ସମାଜସେବୀ ରାମ ଚନ୍ଦ୍ର ଦାଶ,ନାରାୟଣ ଦାସ, ବରିଷ୍ଠ ଆଇନୀଜୀବୀ ସୁର ପ୍ରସାଦ ବାରିକ, ସମିତି ସଭ୍ୟା ମୌସୁମୀ ବାରିକ, ବିଜେପି ନେତା ତୁଷାର ରଥ, ବିଶିଷ୍ଟ ଦନ୍ତ ରୋଗ ଚିକିତ୍ସକ ଡାକ୍ତର ପ୍ରସନ୍ନ କୁମାର ସେଠୀ, ସାମ୍ବାଦିକ ଉତ୍କଳ କେଶରୀ ସାମଲ, ଜ୍ୟୋତି ରଞ୍ଜନ ପରିଡା,ଛସାହି ଗ୍ରାମ୍ୟ କମିଟି ସଭାପତି ପୁର୍ଣ ଚନ୍ଦ୍ର ନାୟକ, କାଁହୁ ଚରଣ ଙ୍କ ଜ୍ୟେଷ୍ଟ ପୁତ୍ର କରୁଣା କର ଦାଶ, ତାପସ କୁମାର ବଳ, ଶରତ ଚନ୍ଦ୍ର ପଣ୍ଡା, ଅରୁଣ କୁମାର ମହାପାତ୍ର ପ୍ରମୁଖ ଯୋଗଦେଇ ସ୍ବର୍ଗତ କାଁହୁ ଚରଣ ଙ୍କ ସମାଜ ସଂସ୍କାର ଏବଂ ଐଶ୍ଵରିକ ଭାବନା ମୂଳକ କାର୍ଯ୍ୟ ସମ୍ପର୍କ ରେ ଉଦବୋଧନ ଦେଇଥିଲେ |ପ୍ରାରମ୍ଭରେ ସମସ୍ତ ମାନ୍ୟଗଣ୍ୟ ବ୍ୟକ୍ତି କାଁହୁ ଚରଣ ଙ୍କ ଫଟୋ ଚିତ୍ର ରେ ପୁଷ୍ପମାଲ୍ୟ ଅର୍ପଣ କରି ସ୍ବର୍ଗତ ଆତ୍ମା ର ସଦଗତି କାମନା କରି ଦୁଇ ମିନିଟ ନିରବ ପ୍ରାଥନା କରିଥିଲେ |
ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ