ସରପଂଚଙ୍କ ପିତୃ ବିୟୋଗ
ଗଣିଆ (ବିଶ୍ୱରଂଜନ ସେଠି) ରବିବାରଦିନ ଅପରାହ୍ନରେ ଜଣେ ଧର୍ମ ପରାୟଣ ତଥା ସମାଜ ସେବୀଙ୍କ ପରଲୋକ ଘଟିଛି । ସୁଚନା ଥାଉକି ଗଣିଆ ବ୍ଳକସ୍ଥିତ ରାସଙ୍ଗ ପଂଚାୟତର ସରପଂଚ ମାନସ ମହାଖୁଡ଼ଙ୍କ ପିତା କମଳ ଲୋଚନ ମହାଖୁଡ଼ (୮୪)ଙ୍କ ପରଲୋକ ଘଟିଛି । ସେ ୧୯୬୬ ମସିହା ମସିହାରେ ସ୍ୱାସ୍ଥ୍ୟ ବିଭାଗରେ ସ୍ୱାସ୍ଥ୍ୟ ସୁପରଭାଇଜରଭାବେ ଚାକିରୀ ଜୀବନ ଆରମ୍ଭ କରି ୩୧.୦୩.୨୦୦୦ରେ ନିଜ ଚାକିରୀ ଜୀବନରୁ ଅବସର ଗ୍ରହଣ କରିଥିଲେ । ସେ ୦୧.୦୪.୧୯୪୨ ମସିହାରେ ଜନ୍ମ ଗ୍ରହଣ କରିଥିବାବେଳେ ୧୪.୦୩.୨୦୨୬ରେ ଇହଧାମ ତ୍ୟାଗ କରିଥ୍ôଲେ । ସେ ଦୀର୍ଘଦିନ ଧରି ରୋଗଶଯ୍ୟାରେ ପଡ଼ି ରହିଥିଲେ । ତାଙ୍କ ମୃତ୍ୟୁ ବେଳକୁ ତାଙ୍କ ପାଖରେ ବଡ଼ପୁଅ ସତ୍ୟନାରାୟଣ ଓ ସାନପୁଅ ମାନସ ସମେତ ଦୁଇ ଝିଅ ଓ ବନ୍ଧୁବାନ୍ଧବମାନେ ଉପସ୍ଥିତ ଥିଲେ । । ସେ ଜଣେ ମିଷ୍ଠଭାଷୀ ଓ ପରୋପକାରୀ ବ୍ୟକ୍ତିଭାବେ ଜଣାଶୁଣା ଥିଲେ । ତାଙ୍କ ମୃତ୍ୟୁ ଖବର ପ୍ରକାଶିତ ହେବାପରେ ଅଂଚଳର ବହୁ ମାନ୍ୟଗଣ୍ୟବ୍ୟକ୍ତି ପଂହଚି ଅନ୍ତିମ ଦର୍ଶନ କରିଥିଲେ । ଗାଁ ମଶାଣିରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଥିଲା । ବଡ଼ପୁଅ ସତ୍ୟନାରାୟଣ ମୁଖାଅଗ୍ନି ଦେଇଥିଲେ । ତାଙ୍କ ମୃତ୍ୟୁରେ ଅଂଚଳରେ ଶୋକର ଛାୟା ଖେଳିଯାଇଥିଲା ।