ସ୍ଵର୍ଣ୍ଣକ୍ଷେତ୍ରରେ ମୁଖ୍ୟମନ୍ତ୍ରୀଙ୍କ ସହଧର୍ମିଣୀଆଧ୍ୟାତ୍ମିକ ଜାଗରଣର ବାର୍ତ୍ତାବହ କେଶବ ଠାକୁରଙ୍କ ପଦାଙ୍କ ଅନୁସରଣ ପାଇଁ ଆହ୍ୱାନ
ମାହାଙ୍ଗା, ୪ /୪ ବିଶ୍ୱ ଭାତୃତ୍ୱ ଦିବ୍ୟାତ୍ମା ପରିଷଦ କ୍ଷିତିଜ୍ୟୋତି ଆଶ୍ରମ ସ୍ବର୍ଣ୍ଣକ୍ଷେତ୍ର ମାହାଙ୍ଗା ଆନୁକୂଲ୍ୟରେ ପ୍ରତି ବର୍ଷ ପରି ଚଳିତବର୍ଷ ମଧ୍ୟ ପବିତ୍ର ଚୈତ୍ର ପୁର୍ଣିମା ତିଥିରେ ଚତୁଃ ଯୁଗୀୟ ନାମଯଜ୍ଞର ଶୁଭାଧିବାସ ପ୍ରାରମ୍ଭ ହୋଇ,ରୀତିନୀତି ଅନୁଯାୟୀ ମହୋତ୍ସବ ସମାପନ ହେବା ଦେଖିବାକୁ ମିଳିଛି lଓଡିଶାର କୋଣ ଅନୁକୋଣରୁ ହଜାର ହଜାର କେଶବ ବାବାଙ୍କ ଭକ୍ତ,ହରି ପ୍ରେମୀ ଶ୍ରଦ୍ଧାଳୁ ତଥା ଆଧ୍ୟାତ୍ମିକବାଦୀ ଭାଇ ଭଉଣୀ ମାନେ ଯୋଗ ଦେଇ ମହା ଆନନ୍ଦରେ ଚାରି ଯୁଗର ନାମ ସଂକୀର୍ଣ୍ଣନରେ ମଜ୍ଜି ଯାଇଥିଲେ l
ଲକ୍ଷାଧିକ ଭକ୍ତଙ୍କ ସମାଗମରେ ଐତିହାସିକ ସ୍ଵର୍ଣ୍ଣକ୍ଷେତ୍ର ଉତ୍ସବ ମୁଖର ହୋଇ ଉଠିଥିଲା l ଏହା ସହ ବିଦ୍ୟୁତ ବିଭାଗ, ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ବିଭାଗ, ପୋଲିସ ବିଭାଗ,ମେଡିକାଲ କର୍ମଚାରୀଙ୍କ ସହଯୋଗରେ ବିଶ୍ୱଭାତୃତ୍ୱ ଦିବ୍ୟାତ୍ମା ପରିଷଦର କର୍ମକର୍ତ୍ତା ମାନେ ଶାନ୍ତି ଶୃଙ୍ଖଳାର ସହିତ ଦାୟୀତ୍ୱ ନିର୍ବାହ କରିଥିଲେ l
ସତ୍ୟଯୁଗର ନାମ ମଣ୍ଡପରେ କର୍ତ୍ତାଭାବେ ସନ୍ତୋଷ କୁମାର ଜେନା, ତ୍ରେତୟା ନାମ ମଣ୍ଡପରେ ଶ୍ରୀଧର ବାଗ, ଦ୍ୱାପର ମଣ୍ଡପରେ ଚିତ୍ରସେନ ଦାସ ଏବଂ କଳି ନାମ ମଣ୍ଡପରେ କର୍ତ୍ତାଭାବେ ଆଚାର୍ଯ୍ୟ ବିରଞ୍ଚି ନାରାୟଣ ମିଶ୍ର ପୂଜାକାର୍ଯ୍ୟରେ ଦାୟୀତ୍ୱ ସମ୍ପନ୍ନ କରିବା ଦେଖିବାକୁ ମିଳିଥିଲା l
ଏହି ଉତ୍ସବରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କ ସହଧର୍ମିଣୀ ଡାକ୍ତର ପ୍ରିୟଙ୍କା ମାରାଣ୍ଡି ଯୋଗଦେଇ ସ୍ବର୍ଣ୍ଣକ୍ଷେତ୍ରର ଅଦ୍ଭୁତ ମହିମା ସର୍ବବ୍ୟାପ୍ତ ବୋଲି ପ୍ରକାଶ କରିଥିଲେ l
ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନା ଭକ୍ତଙ୍କ ବିଶ୍ୱାସ ଓ ଭାବାବେଗ ସହିତ ଏହି ପୀଠର ଗରିମାମୟ ଗାଥା ଚିର ଜାଜୁଲ୍ୟମାନ ବୋଲି କହିଥିଲେ l
ସ୍ଥାନୀୟ ବିଧାୟକ ଶାରଦା ପ୍ରସାଦ ପ୍ରଧାନ ବଗାର କ୍ଷିତୀଜ୍ୟୋତି ଆଶ୍ରମର ଉନ୍ନତି ପାଇଁ ଆବଶ୍ୟକ ସହଯୋଗ ପ୍ରଦାନ ପାଇଁ ପ୍ରତିଶ୍ରୁତି ଦେଇଥିଲେ l
ଅନ୍ୟମାନଙ୍କ ମଧ୍ୟରେ ସମାଜସେବୀ ସମବାୟବିତ ରଜନୀକାନ୍ତ ପରିଡା,ସରପଞ୍ଚ ବେବିନା ଯେନା, ବିଜୟ ଯେନା,ଅନୁଷ୍ଠାନର ସାଧାରଣ ସମ୍ପାଦକ ସୁରେଶ ଯେନା, ସଭାପତି ନିମାଇଁ ଚରଣ ଦାସ, ମୁଖ୍ୟ ପୂଜକ ସୁନୀଲ ମିଶ୍ର, ନିର୍ମଳ ସାମଲ, ଅନିଲ ମହାନ୍ତି ଓ କମିଟିର ସମସ୍ତ ସଦସ୍ୟ ମାନେ ଉତ୍ସବରେ ପରିଚାଳନାରେ ସକ୍ରୀୟ ସହଯୋଗ କରିଥିଲେ l
ଏହି ଅବସରରେ ଅନୁଷ୍ଠାନ ପକ୍ଷରୁ ରେଡ଼କ୍ରସ ସହାୟତାରେ ୫0 ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା l