ସାତ ଦିନ ହେଲେ ଅନ୍ଧାର ଘେରରେ ଲାଞ୍ଜିଗଡ ବ୍ଲକ ର ବିଭିନ୍ନ ଗାଁ
*କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ଅନ୍ତର୍ଗତ ବିଶ୍ୱନାଥ ପୁର ବିଦ୍ୟୁତ ବିଭାଗ ଅନ୍ତର୍ଗତ ବିଭିନ୍ନ ଗାଁ ଏବେ ଅଘୋଷିତ ବିଦ୍ୟୁତ କାଟ ସକାଶେ ଅନ୍ଧାର ଘେର ରେ ଆଜିକୁ ପ୍ରାୟ ସାତ ଦିନ ହେଲା । ବିଶ୍ୱନାଥପୁର ସେକ୍ସନ ଅନ୍ତର୍ଗତ ନର୍ଲା ରୁ ଛାତିକୁଡା ଦେଇ ଆସୁଥିବା ବିଦ୍ୟୁତ ସଂଯୋଗ ବହୁ ବାଧା ଦଉଚି ଜନସାଧାରଣ ଙ୍କୁ । ଏହି ବିଦ୍ୟୁତ ସଂଯୋଗ ଟି ମୁଖ୍ୟତଃ ଲାଞ୍ଜିଗଡ ରୋଡ଼ ପଞ୍ଚାୟତ ର କିଡିଙ୍ଗ, କାଉଗୁଡା, ମାଡ଼ିବନ୍ଧା, ମହେଶ୍ୱରୀପୁର, ସିକେରକୁପା, କାଞ୍ଚଲି ବ୍ୟତୀତ ବିଭିନ୍ନ ଗ୍ରାମ ମାନଙ୍କ ରେ ସଂଯୋଗ ହୋଇ ଥିବା ବେଳେ ଅଘୋଷିତ ଭାବରେ ଦିନ ରାତି ବିଦ୍ୟୁତ କାଟ କରୁଥିବା ରୁ ସାଧାରଣ ଙ୍କ ମହଲରେ ଅସନ୍ତୋଷ ସୃଷ୍ଟି ହଉଛି । ଏହା ଅଧୀନରେ ଥିବା ଲାଇନ ମେନ ମାନଙ୍କୁ ଯୋଗାଯୋଗ କରିବାକୁ ହେଲେ ସେମାନେ ଇଚ୍ଛା ମୁତାବକ ଫୋନ ରିସିଭ କରୁଥିବା ପ୍ରକାଶ ପାଉଛି । ଜେ. ଇ ମହାଶୟ ଙ୍କୁ ଫୋନ କଲେ ମଧ୍ୟ କିଛି ଫଳପ୍ରଦ ହୋଇ ପାରୁନାହିଁ । ଏହି ଗ୍ରାମ ଗୁଡିକ ମୁଖ୍ୟତଃ ଜଙ୍ଗଲୀ ଏରିଆ ଥିବା ସକାଶେ ଦିନ ତମାମ ୪୩ ଡିଗ୍ରୀରୁ ଉର୍ଦ୍ଧ ତାପମାତ୍ର ଥିବା ବେଳକୁ ରାତି ହେଲେ ବିଭିନ୍ନ ଜନ୍ତୁ ଘରକୁ ପଶିଆସିଵାର ସମ୍ଭାବନା ରହୁଛି । ଗତ ଦୁଇ ଦିନ ହେଲା କାଳ ବୈଶାଖୀ ର ପ୍ରଭାବ ସନ୍ଧ୍ୟା ସମୟରେ ଟିକେ ଦେଖା ଯାଉଥିବା ବେଳେ ବିଦ୍ୟୁତ ଅସୁବିଧା ରହୁଛି ହେଲେ ଗତ ସାତ ଦିନ ହେଲା ବିଦ୍ୟୁତ କାହିଁକି ଠିକ ଭାବରେ ଦିଆ ଯାଉନାହିଁ ତାହା ଚର୍ଚ୍ଚା ର ବିଷୟ ସାଜିଛି । କଳାହାଣ୍ଡି ରୁ ଜିଲ୍ଲା ପ୍ରତିନିଧି ଶେଖର ସୁମନ ଦାଶ ଙ୍କ ରିପୋର୍ଟ HR ଟିଭି ଓଡ଼ିଆ ।