ମାସିକ ଋତୁସ୍ରାବ ସ୍ୱଚ୍ଛତା ଦିବସ ଉପଲକ୍ଷେ ସଚେତନତା କାର୍ଯ୍ୟକ୍ରମ

ଅଦ୍ୟ ତା ୨୮-୫-୨୦୨୬ରିଖ ବିଶ୍ୱ ଯୁବ କେନ୍ଦ୍ର,ବଣିନାଳୀ ଦ୍ଵାରା ଦକ୍ଷତା ବିକାଶ କେନ୍ଦ୍ର, ବଇଣ୍ଡା ଠାରେ କିଶୋରି ବାଳିକା ମାନଙ୍କୁ ନେଇ ଋତସ୍ରାବ ସ୍ୱଚ୍ଛତା ଉପରେ ସଚେତନତା କାର୍ଯ୍ୟକ୍ରମ ହୋଇଯାଇଅଛି। ବିଶ୍ଵ ଯୁବ କେନ୍ଦ୍ରର ୪୦ ବର୍ଷ ପୁର୍ତି ଉପଲକ୍ଷେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ବକ୍ତା ଭାବେ କୋଷାଧକ୍ଷ ବିଶ୍ୱ ଯୁବ କେନ୍ଦ୍ର, ଭାରତୀ ନାୟକ ଯୋଗ ଦେଇ କିଶୋରାବସ୍ଥାରେ ଶାରୀରିକ ପରିବର୍ତ୍ତନ,ହର୍ମୋନର ପରିବର୍ତ୍ତନ, PCOS, ମାସିକ ଋତୁସ୍ରାବ ସମ୍ପର୍କିତ ସଚେତନତା,ବାଲ୍ୟ ବିବାହର କୁପ୍ରଭାବ,
ଯୌନ ସଂକ୍ରାମିତ ରୋଗ (STIs),HIV/AIDS ସଚେତନତା ଉପରେ ପୁଙ୍କାନୁପୁଙ୍ଖ ଭାବରେ ଆଲୋଚନା କରିଥିଲେ। ପ୍ରଜନନ ସ୍ୱାସ୍ଥ୍ୟ ମାନେ କେବଳ ରୋଗ ନଥିବା ଅବସ୍ଥା ନୁହେଁ, ବରଂ ଶାରୀରିକ, ମାନସିକ ଓ ସାମାଜିକ ଭାବେ ସୁସ୍ଥ ଅବସ୍ଥାକୁ ବୁଝାଏ। ଏହା ପୁରୁଷ ଓ ନାରୀ ଉଭୟଙ୍କ ପାଇଁ ସମାନ ଭାବେ ଜରୁରୀ। ଏହା ସହିତ ମାତୃ ସ୍ୱାସ୍ଥ୍ୟ,କିଶୋର ସ୍ୱାସ୍ଥ୍ୟ,ଅସୁରକ୍ଷିତ ଗର୍ଭପାତ,ଉପରେ ମଧ୍ୟ ଆଲୋଚନା କରିଥିଲେ।ଉକ୍ତ କାର୍ଯ୍ୟକ୍ରମରେ ୫୫ ଜଣ କିଶୋରୀ ବାଳିକା ଉପସ୍ଥିତ ଥିଲେ।

ବିଶ୍ଵ ଯୁବ କେନ୍ଦ୍ରର କର୍ମକର୍ତା ଅଭୟ ସ୍ବାଇଁ, ଦୀପି ଦେହୁରି, ପପି ଦେହୁରି,ପୂଜା ସ୍ଵାଇଁ ସହଯୋଗ କରିଥିଲେ।