ହର୍ମୁଜ୍‌ ପ୍ରଣାଳୀ ସଂପୂର୍ଣ୍ଣ ଖୋଲିଲା ଇରାନ୍। ଏବେ ଶସ୍ତା ହେବ ତେଲ 

ଇରାନର ବୈଦେଶିକ ମନ୍ତ୍ରୀ ଆବାସ ଆରାଘଚି ହର୍ମୁଜ୍ ପ୍ରଣାଳୀ ଖୋଲିବା ନେଇ ଘୋଷଣା କରିଛନ୍ତି। ଯୁଦ୍ଧବିରତିର ଅବଶିଷ୍ଟ ସମୟ ପାଇଁ ହର୍ମୁଜ୍ ପ୍ରଣାଳୀ ସମ୍ପୂର୍ଣ୍ଣ ଖୋଲା ରହିବ ବୋଲି ସାମାଜିକ ଗଣମାଧ୍ୟମ ଏକ୍ସରେ ଏକ ପୋଷ୍ଟରେ ଲେଖିଛନ୍ତି। ସେ କହିଛନ୍ତି ଯେ, ଏହି ପଥ ସମସ୍ତ ବାଣିଜ୍ୟିକ ଜାହାଜ ପାଇଁ ଖୋଲା ରହିବ।ସେପଟେ ଇରାନ ଓ ଆମେରିକା ମଧ୍ୟରେ ପରମାଣୁ ବୁଝାମଣାକୁ ନେଇ ଦୁଇ ଦେଶ ମଧ୍ୟରେ ପୁଣି ଥରେ ବାକ୍ ଯୁଦ୍ଧ ଆରମ୍ଭ ହୋଇଛି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାବି କରିଛନ୍ତି ଯେ, ଇରାନ ନିଜର ସମୃଦ୍ଧ ୟୁରାନିୟମ୍ ଭଣ୍ଡାରକୁ ହସ୍ତାନ୍ତର କରିବାକୁ ସମ୍ମତି ପ୍ରକାଶ କରିଛି । ଇରାନ ସହିତ ଏକ ବଡ଼ ଧରଣର ଚୁକ୍ତି ହେବାକୁ ଯାଉଛି ଏବଂ ସେମାନେ ନିଜର ୟୁରାନିୟମ ଫେରାଇବାକୁ ରାଜି ହୋଇଛନ୍ତି । କିନ୍ତୁ ଇରାନ ପକ୍ଷରୁ ଏହି ଦାବିକୁ ସମ୍ପୂର୍ଣ୍ଣ ରୂପେ ପ୍ରତ୍ୟାଖ୍ୟାନ କରାଯାଇଛି ।