୪ସୁଧାଂଶୁ ସ୍ମାରକୀ ୧୦ବାର୍ଷିକ ଡ୍ରାମା ଟୁର୍ଣ୍ଣାମେଣ୍ଟ ଉଦଯାପିତ

କୁଜଙ୍ଗତା ୧୮/।କୁଜଙ୍ଗ:ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ ଅନ୍ତର୍ଗତ ବଗଦିଆ ପଞ୍ଚାୟତ ଝିମାଣୀ ଗ୍ରାମରେ ଥିବା ମା” ନିମନାୟକାଣୀ ଡ୍ରାମାଟିକ୍ କ୍ଲବ୍ ପକ୍ଷରୁ ସୁଧାଂଶୁ ସ୍ମାରକୀ ୧୦ମ ବାର୍ଷିକ ମୁକ୍ତ ମଞ୍ଚ ନାଟକ ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି।ଏହି ମୁକ୍ତ ମଞ୍ଚ ନାଟକ ପ୍ରତିଯୋଗିତା କ୍ଲବର ସଭାପତି ସଚିତ୍ର ମହାନ୍ତିଙ୍କ ସଭାପତିତ୍ବରେ ଆୟୋଜିତ ଉଦଯାପନୀ ସନ୍ଧ୍ୟାରେ ମୂଖ୍ୟ ଅତିଥି ଭାବରେ ପାରାଦ୍ଵୀପ ଅଞ୍ଚଳର ବିଶିଷ୍ଟ ଶିଳ୍ପପତି ତଥା ସମାଜସେବୀ ବାଳକୃଷ୍ଣ ଜେନା,ସମ୍ମାନୀୟ ଅତିଥି ଭାବରେ ବରିଷ୍ଠ ଆଇନଜିବୀ ତଥା କୁଜଙ୍ଗ ବାର ଆସସିଏସନର ସଭାପତି ସଞ୍ଜୟ କୁମାର ବେହେରା,ସମୟ ଆସିଛି ପରିବର୍ତ୍ତନ ସଂଗଠନର ସଭାନେତ୍ରୀ ରଶ୍ମୀତା ନାୟକ,ସମିତି ସଭ୍ୟ ପବିତ୍ର ସେଠୀ,ଭିମସେନ୍ ପ୍ରଧାନ,ଶିବ ଚରଣ ସେଠୀ,ସମ୍ପାଦକ ଅମରେନ୍ଦ୍ର ରାଉତରାୟ,ପବିତ୍ର ରାଉତ,ପ୍ରମୁଖ ଯୋଗଦେଇ ପ୍ରଦୀପ ପ୍ରଜ୍ଜୋଳନ କରିବା ସହ ସୁଧାଂଶୁ ପରିଡ଼ାଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ତାଙ୍କ ଫଟୋ ଚିତ୍ରରେ ପୁଷ୍ପ ମାଲ୍ୟ ଦେଇ ୨ମିନିଟ୍ ନିରବ ପ୍ରଥମ କରିବା ସହ କଳାକାର ମାନଙ୍କୁ ଉତ୍ସାହିତ କରିଥିଲେ।ପରେ ପ୍ରଥମ,ଦ୍ଵିତୀୟ ଓ ଶୃଙ୍ଖଳିତ ଟିମ୍ ମଧ୍ୟରେ ପୁରସ୍କାର ବିତରଣ କରାଯାଇଥିଲା।ଏହି ମୁକ୍ତ ମଞ୍ଚ ନାଟକ ପ୍ରତିଯୋଗିତାରେ ଭୁବନେଶ୍ୱର ଓମ୍ ସାଇ କଳା ପରିଷଦ ପ୍ରଥମ ସ୍ଥାନ ଅଧିକାର କରି ୩୫ହଜାର ଓ ଟ୍ରଫି ଗ୍ରହଣ କରିଥିବା ବେଳେ କୋଠୀ ଚାଇମାଇଁ ଡ୍ରାମାଟିକ୍ କ୍ଳବ୍ ଦ୍ୱିତୀୟ ସ୍ଥାନ ହାସଲ କରି ୨୫ହଜାର ରନର୍ସ ଟ୍ରପି ଗ୍ରହଣ କରିଥିଲା ଓ ଶୃଙ୍ଖଳିତ ଟିମ୍ ଭାବରେ ଗୋବିନ୍ଦ ପୁର ତୃତୀୟ ସ୍ଥାନ ଅଧିକାର କରି ୫ହଜାର ଟଙ୍କାର ପ୍ରାଇଜ ନେଇଥିଲେ।ପରି ଶେଷରେ ମୁଖ୍ୟ ଅତିଥିଙ୍କ ଦ୍ୱାରା ବରିଷ୍ଠ ସାମ୍ୱାଦିକ ବିଚିତ୍ର ପ୍ରଧାନ ଓ ସାମ୍ବାଦିକ ସୁବ୍ରତ ମଲ୍ଲିକଙ୍କୁ ପୁଷ୍ପଗୁଚ୍ଛ ଉତ୍ତରୀୟ,ମାନପତ୍ର ଦେଇ ସମ୍ମାନିତ କରାଯାଇଥିଲା।ଏହି ମୁକ୍ତ ମଞ୍ଚ ନାଟକ ପ୍ରତିଯୋଗୀତାରକୁ କ୍ଳବର ସମସ୍ତ ସଦସ୍ୟ ମାନେ ସହଯୋଗ କରୁଥିବା ବେଳେ ନିରାକାର ରାଉତ ଓ ରୋହିତ ରାଉତ ମଞ୍ଚ ପରିଚାଳନା କରିଥିଲେ। କୁଜଙ୍ଗ ରୁ ବାବୁଲି ଚନ୍ଦ୍ର ଦାସ ଙ୍କ ରିପୋର୍ଟ୍ HRTV ଓଡ଼ିଆ