୫୪ତମ ଗଣିଆ ଲଙ୍କାପୋଡ଼ି ଯାତ୍ରା ଦ୍ବିତୀୟ ସନ୍ଧ୍ୟାରେ ସୀତା ବିବାହ ଓ ପର୍ଶୁରାମ ଭେଟ

ଗଣିଆ,( ବିଶ୍ୱରଂଜନ ସେଠି): ଗଣିଆରେ ବିରାଜିତ ପ୍ରଭୁ ଶ୍ରୀରଘୁନାଥ ଜିଉ ମନ୍ଦିର ପ୍ରାଙ୍ଗଣରେ ଶ୍ରୀରାମନବମୀଠାରୁ ଚାଲିଥିବା ଲଙ୍କାପୋଡ଼ି ଯାତ୍ରା ଆଜି ଦ୍ବିତୀୟ ସନ୍ଧ୍ୟାରେ ସୀତା ବିବାହ ଓ ପର୍ଶୁରାମ ଭେଟ ଲୀଳାଭିନୟ ଅଭିନୀତହୋଇଥିଲା । ବିଧି ଅନୁସାରେ ସକାଳେ ମନ୍ଦିରର ପୂଜାନୀତିପରେ ରାତିରେ ରାମଲୀଳା ପରିଷଦ କଳାକାରମାନଙ୍କ ଦ୍ଵାରାନାଟକ ପରିବେଷଣ କରାଯାଇଥିଲା। ମିଥିଳା ରାଜ୍ୟର ରାଜାନିଜର କନ୍ୟା ଦେବୀ ସୀତାଙ୍କ ବିବାହ ନିମନ୍ତେ ସ୍ଵୟମ୍ବରରଆୟୋଜନ କରିଥିଲେ । ଖବର ପାଇ ଋଷି ବିଶ୍ଵମିତ୍ରରାମ, ଲକ୍ଷ୍ମଣଙ୍କୁ ନେଇ ଉକ୍ତ ସ୍ବୟମ୍ବର ସଭାରେ ଯୋଗଦେଇଥିଲେ। ଶ୍ରୀରାମଚନ୍ଦ୍ର ଶିବଧନୁ ଭଗ୍ନ କରି ସୀତାଙ୍କୁବିବାହ କରିଥିଲେ।

ସେହିପରି ଲକ୍ଷ୍ମଣ ଉର୍ମିଳାଙ୍କୁ, ଭରତମାଣ୍ଡବୀଙ୍କୁ, ଶତ୍ରୁଘ୍ନ ମାଳିନୀଙ୍କୁ ବିବାହ କରିଥିଲେ। ଶିବଧନୁଭଗ୍ନ ସମୟରେ ତ୍ରିଭୁବନ ପ୍ରକମ୍ପିତ ହୋଇଥିଲା । ତ୍ରିଭୁବନକମ୍ପିବା ନେଇ ପୂର୍ବରୁ ପୃଥ‌ିବୀକୁ ୨୧ଥର କ୍ଷତ୍ରୀୟଶୂନ୍ୟକରିଥିବା ପର୍ଶୁ ରାମ ଅଯୋଧ୍ୟା ଆସି ଶ୍ରୀରାମଙ୍କ ପଥଓଗାଳି ତାଙ୍କୁ ଯୁଦ୍ଧ ପାଇଁ ଆହ୍ବାନ ଦେଇଥିଲେ । ପର୍ଶୁରାମତାଙ୍କ ବୈଷ୍ଣବୀ ଧନୁରେ ଗୁଣ ଚଢାଇ ନିଜ ବୀରତ୍ଵରପରିଚୟ ଦେବାକୁ ପ୍ରଭୁ ଶ୍ରୀରାମଙ୍କୁ ଆହ୍ବାନ ଦେଇଥିଲେ। ପ୍ରଭୁ ଶ୍ରୀରାମ ବାମ ହସ୍ତରେ ପର୍ଶୁରାମଙ୍କର ବୈଷ୍ଣବୀଧନୁରେ ଗୁଣ ଚଢ଼ାଇଥିଲେ । ଏଥି ସହ ଚତୁରତାରସହିତ ପର୍ଶୁରାମଙ୍କଠାରେ ଥିବା ବୈଷ୍ଣବ କଳାକୁ ହରଣକରିନେଇଥିଲେ । ପର୍ଶୁରାମ ଶ୍ରୀରାମଙ୍କ ମଧ୍ଯରେ ଶ୍ରୀକୃଷ୍ଣଙ୍କରଅବତାରକୁ ଅନୁଭବ କରି ନିଜ ଭୂଲ ବୁଝି ପାରିଥିଲେ। ଏଥିସହ କ୍ଷମା ଦେଇ ମୁକ୍ତି କରିବାକୁ ପର୍ଶୁରାମ ପ୍ରଭୁ ଶ୍ରୀରାମଙ୍କୁନିବେଦନ କରିଥିଲେ । ପରେ ପର୍ଶୁରାମ ହିମାଳୟକୁ ତପସ୍ୟାକରିବାକୁ ଚାଲି ଯାଇଥିଲେ। ରାମଲୀଳା ପରିଷଦର .। ନାଟ୍ୟଗୁରୁ ଦ୍ୱିତୀକୃଷ୍ଣ ସାହୁ ଓ ସନୂଜରାମଙ୍କ ନିର୍ଦ୍ଦେଶନାରେ ଏହି ରାମଳୀଳା ନାଟକ ପରିବେଷଣ କରାଯାଇଥିବା ବେଳେ ବହୁ ଶ୍ରଦ୍ଧାଳୁ ନାଟକର ଏହି ଦୃଶ୍ୟକୁ ବେଶ ଉପଭୋଗ କରିଥିଲେ ।