୬୮ ଅଭିଯୋଗର ଶୁଣାଣି କଲେ ଜିଲ୍ଲାପାଳ ତୁରନ୍ତ ସମାଧାନ କଲେ ୧୯ଗୋଟି
ଗଣିଆ (ବିଶ୍ୱରଂଜନ ସେଠି) ସୋମବାର ଗଣିଆ ବ୍ଲକରେ ନୟାଗଡ ଜିଲ୍ଲାପାଳଙ୍କ ବ୍ଲକସ୍ତରୀୟ ଜନ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି । ଗଣିଆ ବ୍ଲକ କାର୍ଯ୍ୟାଳୟ ପରିସରରେ ସୋମବାର ଜିଲ୍ଲାପାଳଙ୍କ ଏହି ଜନ ଅଭିଯୋଗ ଶୁଣାଣୀ ଶିବିରରେ ମୋଟ ୬୮ଟି ଅଭିଯୋଗ ପଞିକୃତ ହୋଇଥିଲା । ଜିଲାପାଳ ମଧୁମିତା ରଥ, ଏହି ଅଭିଯୋଗର ଶୁଣାଣି କରି ତୁରନ୍ତ ସମାଧାନ କରିବା ପାଇଁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ସମୁଦାୟ ୬୮ ଗୋଟି ଅଭିଯୋଗ ପଂଜିକୃତ ହୋଇଥିବାବେଳେ ୫୫ଗୋଟି ବ୍ୟକ୍ତିଗତ ଓ ସାମୁହିକ ୧୧ଗୋଟି, ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡ ସମ୍ପର୍କିତ ୨ ଅଭିଯୋଗ ପଂଜିକୃତ ହୋଇଥିଲା । ଏଥିରେ ପ୍ରଧାନମନ୍ତ୍ରୀ ଆବାସ ଯେ।।ଜନା, ଖାଦ୍ୟ ସୁରକ୍ଷା ଯୋଜନା, ବାର୍ଦ୍ଧକ୍ୟ ଭତା, ପାନୀୟ ଜଳ, ଅଗ୍ନିଶମ ବିଭାଗ, ଶିକ୍ଷା ସଂପର୍କିତ, ସୁଭଦ୍ରା ଯୋଜନା, କୃଷି ବିଭାଗ, ବିଦ୍ୟୁତ ବିଭାଗ, ଲେବର କାର୍ଡ଼, ମହାତ୍ମା ଗାନ୍ଧୀ ଜାତୀୟ କର୍ମ ନୁଯୁକ୍ତ୍ି ଯୋଜନା ଓ ବାଇପାସ ରାସ୍ତା ନିର୍ମାଣ ସମ୍ପର୍କିତ ଅଭିଯୋଗ କରାଯାଇଥିଲା । ବିଶେଷକରି ବାଇପାସ ରାସ୍ତା ନିର୍ମାଣରେ ବିଳମ୍ବହେଉଥିବା ନେଇ ଗଣିଆ ସରପଂଚ ଗିରିଧାରୀ ସେଠୀ ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା । ଡଙ୍କାରିସାହିଠାରୁ ଭାୟା କୁମ୍ଭୀରଖଣି, ରାଜିଙ୍ଗି, ଧୋବାବୋରେଇ, ଓ ବେଂଟପଡ଼ା ଦେଇ ଛାମୁଣ୍ଡିଆ ଯିବାପାଇଁ ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା । ଜିଲାପାଳ ଏ ନେଇ ଜିଲା ପରିବହନ ଅଧିକାରୀଙ୍କୁ ଡାକି ତୁରନ୍ତ ସମାଧାନ କରିବାକୁ କହିଥିଲେ । କେନ୍ଦୁପଲ୍ଲୀ ଗ୍ରାମର ସବିତା ସାହୁ ଏକ ପ୍ରଧାନମନ୍ତ୍ରୀ ଆବାସ ଗୃହ ପାଇଛନ୍ତି । କିନ୍ତୁ ଦୁଖ ଓ ପରିତାପର ବିଷୟ ତାଙ୍କ ଘର ଉପରେ ୧୧ କେଭି ତାର ଯାଇଥିବାରୁ ସେ ଛାତ ପକାଇପାରୁ ନାହାଁନ୍ତି । ଏ ସଂପର୍କରେ ବିଦ୍ୟୁତ ବିଭାଗକୁ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ନମିଳିବାରୁ ସେ ଜିଲାପାଳଙ୍କୁ ଅଭିଯୋଗ କରିଥିଲେ । ଛାମୁଣ୍ଡିଆ ପଂଚାୟତର ମନୁ ଧଳ ବାର୍ଦ୍ଧକ୍ୟ ଭତା ପାଇନଥିବାରୁ ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ସେହଭଳି ବରିଷ୍ଠ ନାଗରିକମାନଙ୍କୁ ନୂତନ ପରିଚୟ ପତ୍ର ବଂଟନ ବରିଷ୍ଠ ନାଗରିକ ବାଙ୍କ ବିହାରୀ ରାଉତ ଜିଲାପାଳଙ୍କୁ ଅଭିଯୋଗ କରିଥିଲେ । ରାଜିଙ୍ଗି ଗ୍ରାମବାସୀମାନେ ସରକାରୀ ଉଚ୍ଚ ବିଦ୍ୟାଳୟରେ ୨ଜଣ ଶିକ୍ଷକଙ୍କୁ ଡେପୁଟେସନ ରେ ନଇଥିବାରୁ ତାଙ୍କୁ ତୁରନ୍ତ ଫେରାଇ ଆଣିବାକୁ ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଦୀର୍ଘଦିନ ଧରି ଗଣିଆ ବଡ଼ମୂଳ ରାସ୍ତ ଅତି ବିପଦପୁର୍ଣ୍ଣ ଭାବେ ପଡ଼ିରହିଥିବାବେଳେ ବାରମ୍ବାର ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶନ ପରେ ମଧ୍ୟ କାର୍ଯ୍ୟକାରୀ ହେଉନଥିବାରୁ ଛାମୁଣ୍ଡିଆ ବିକାଶ ପରିଷଦର ସଭାପତି ଜୟଦେବ ସାହୁ ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଏ ନେଇ ଜିଲାପାଳ ନିଜେ ଯାଇ ଉକ୍ତ ରାସ୍ତାର ସ୍ଥିତି ପରଖି ପରିସ୍ଥିତି ହୃଦୟଙ୍ଗମ କରି ବିଭାଗୀୟ ଅଧିକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏହି ଶିବିରରେ ଅତିରିକ୍ତ ଜିଲାପାଳ କର୍ଣ୍ଣଦେବ ସମ୍ମାଦାର, ପିି.ଡି ଲଗ୍ନଜିତ ରାଉତ, ଏସଡିପିଓ ମଦନ ମୋହନ ପ୍ରଧାନ, ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ, ପୁଷ୍ପା ନିଳିମା ଲାକ୍ରା, ବ୍ଳକ ଅଧ୍ୟକ୍ଷା ଝୁନା ଜେନା, ତହସିଲଦାର ଐଶ୍ଚର୍ଯ୍ୟା ପୃଷେଠ, ବିଡିଓ ଲାବଣେନ୍ଦୁ ମହାନ୍ତି, ଏବିଡିଓ ରତନଲାଲ ଲୋହରା, ଉପାଧ୍ୟକ୍ଷ ରାଜକିଶୋର ସାହୁ, ସହକାରୀ ଯନ୍ତ୍ରୀ ମହେଶପ୍ରସାଦ ନାୟକ, ଗ୍ରାମ ପଂଚାୟତ ଅଧିକାରୀ ଗୋବିନ୍ଦ ଚନ୍ଦ୍ର ମହାପାତ୍ର, ସାମାଜିକ ସୁରକ୍ଷା ଅଧିକାରୀ ପ୍ରଣୟ ନାୟକ ପ୍ରମୁଖ ଉପସ୍ଥିତ ଥିଲେ । ଆୟୋଜିତ ଶିବିରରେ ବ୍ଲକର ସମସ୍ତ ଜନପ୍ରତିନିଧି, ରାଜସ୍ୱ, ଶିକ୍ଷା, ସ୍ୱାସ୍ଥ୍ୟ, ଶ୍ରମ, ଜଙ୍ଗଲ, କୃଷି, ଉଦ୍ୟାନକୃଷି, ଜଳ ଓ ପରିମଳ, ମହିଳା ଓ ଶିଶୁ ବିକାଶ, ପ୍ରାଣୀସମ୍ପଦ ପରି ବିଭିନ୍ନ ବିଭାଗର ଅଧିକାରୀମାନେ ଯୋଗଦେଇଥିଲେ ।