Browsing Category

ଆଜିର ଖବର

ଡାକ୍ତରଙ୍କ ଆନ୍ଦୋଳନ ଜାରି, ୨ ଘଣ୍ଟା ପାଇଁ ବନ୍ଦ ରହିବ ଓପିଡି

ରାଜ୍ୟରେ ଡାକ୍ତର ସଂଘ(ଓମ୍‌ସା) ପକ୍ଷରୁ ଜାରି ରହିଥିବା ଆନ୍ଦୋଳନକୁ ପ୍ରଶମିତ କରିବା ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ମଙ୍ଗଳବାର କଠୋର କାର୍ଯ୍ୟାନୁଷ୍ଠାନସ୍ବରୂପ ଜରୁରୀ ସେବା ପରିଚାଳନା ଆଇନ(ଏସ୍‌ମା) ଲାଗୁ କରାଯାଇଛି।ଡାକ୍ତରଙ୍କ ଆନ୍ଦୋଳନ ଜାରି ରହିବ । ପୂର୍ବ ଭଳି ଦୁଇ ଘଣ୍ଟା ଓପିଡି

୯ ରୁ ୧୧ ଜାନୁଆରୀ ଏକାମ୍ର କାନନର ବାର୍ଷିକ ଫୁଲ ପ୍ରଦର୍ଶନୀ

ଭୁବନେଶ୍ୱରର ନୟାପଲ୍ଲୀ ଅଞ୍ଚଳରେ ଥିବା ଏକାମ୍ର କାନନର ବାର୍ଷିକ ଫୁଲ ପ୍ରଦର୍ଶନୀ 2026 ଜାନୁଆରୀ 9 ରୁ ଆରମ୍ଭ ହେବ ବୋଲି ଆଞ୍ଚଳିକ ଉଦ୍ଭିଦ ସମ୍ପଦ କେନ୍ଦ୍ର (RPRC) ସୂଚନା ଦେଇଛି ।ଏହି ବର୍ଷ ବାର୍ଷିକ ଫୁଲ ପ୍ରଦର୍ଶନୀ 2026 ଜାନୁଆରୀ 9 ରୁ ଜାନୁଆରୀ 11 ମଧ୍ୟରେ ଅନୁଷ୍ଠିତ ହେବ।

ଡାକ୍ତରଙ୍କ ଆନ୍ଦୋଳନ ଉପରେ ଏସମା ଲାଗୁ, ୬ ମାସ ପାଇଁ ବଳବତ୍ତର

ଡାକ୍ତରୀ ଆନ୍ଦୋଳନ ଉପରେ ଲାଗିଲା ରୋକ । ରାଜ୍ୟରେ ଏସମା ଲାଗୁ କଲେ ସରକାର । ସରକାରୀ ଡାକ୍ତର ଏବଂ ସ୍ୱାସ୍ଥ୍ୟକର୍ମୀଙ୍କ ଜାରି ରହିଥିବା ଆନ୍ଦୋଳନକୁ ଦୃଷ୍ଟିରେ ରଖି ସରକାର ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି ।ବିଭିନ୍ନ ଦାବି ନେଇ ଡାକ୍ତର ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଡାକ୍ତରମାନେ ଓପିଡି ସେବା

ଧାନ କିଣା ଅଚଳାବସ୍ଥା ଜାରି, ଚାଷୀ ସହିବେ କ୍ଷତି

ମଙ୍ଗଳବାର ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ସହ ରାଇସ୍ ମିଲର ସଂଘର ବୈଠକ ପୁଣିଥରେ ବିଫଳ ହୋଇଛି। ଗତକାଲି ପରେ ଆଜିର ଆଲୋଚନା ମଧ୍ୟ ବିଫଳ ହେବାରୁ ସାରା ରାଜ୍ୟରେ ଚାଉଳ କଳ ପରିଚାଳନା ବନ୍ଦ ରହିବ ବୋଲି ସଂଘ ଘୋଷଣା କରିଛି।ସରକାରଙ୍କ ପକ୍ଷରୁ କୌଣସି ବିଧିବଦ୍ଧ ବିଜ୍ଞପ୍ତି ବା ଲିଖିତ

୪ ଛାତ୍ର ପୋଡ଼ିଯିବା ଘଟଣା: ଶିକ୍ଷକଙ୍କ ଦରମା ବନ୍ଦ

ନିଆଁରେ ପୋଡ଼ିହୋଇ ୪ ଛାତ୍ର ଗୁରୁତର ହେବା ଘଟଣା । ରାୟଗଡ଼ା ଜିଲ୍ଲା ଅତିରିକ୍ତ ଶିକ୍ଷା ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲେ । ଏହା ପରେ ସେ ଶିକ୍ଷକଙ୍କ ଦରମା ବନ୍ଦ କରିବା ସହ କାରଣ ଦର୍ଶାଅ ନୋଟିସ୍‌ ଜାରି କରିଛନ୍ତି । ଏସ୍‌ଡିପିଓଙ୍କ ସହିତ ଏକ ପୋଲିସ ଟିମ

ପିୟୁସିସି ଦ୍ୱନ୍ଦ୍ୱ ନେଇ ରାଜ୍ୟ ସରକାରଙ୍କୁ ହାଇକୋର୍ଟଙ୍କ ନୋଟିସ 

ଗାଡ଼ିର ପ୍ରଦୂଷଣ ପ୍ରମାଣପତ୍ର ନଥିଲେ ତେଲ ମନା । ଏ ସଂକ୍ରାନ୍ତରେ ରାଜ୍ୟ ପରିବହନ କମିଶନରଙ୍କ ସ୍ପଷ୍ଟୀକରଣ ଲୋଡିଲେ ହାଇକୋର୍ଟ । ସେହିପରି ପୁରୁଣା ଜରିମାନା ଭରଣା ନକଲେ ପଲ୍ୟୁସନ ସାର୍ଟିଫିକେଟ୍ ମିଳିବ ନାହିଁ ବୋଲି ଯେଉଁ ନିର୍ଦ୍ଦେଶନାମା ଜାରି ହୋଇଛି ତା ଉପରୁ ଦ୍ୱନ୍ଦ୍ୱ ହଟୁ ବୋଲି

PM Kisan Yojana: ୨୨ତମ କିସ୍ତି ଟଙ୍କାକୁ ନେଇ ଆସିଲା ବଡ଼ ଖବର

ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି ଯୋଜନାର ୨୨ତମ କିସ୍ତି ଟଙ୍କା ଫେବୃଆରୀ ୨୮ ସୁଦ୍ଧା ଜାରି ହେବାର ଆଶା କରାଯାଉଛି। ଏହି କିସ୍ତିରୁ ପ୍ରାୟ ଦଶ କୋଟି ଚାଷୀ ଉପକୃତ ହେବାର ସମ୍ଭାବନା ରହିଛି। ଚାଷୀମାନେ ପୂର୍ବରୁ ୨୧ଟି କିସ୍ତି ପାଇସାରିଛନ୍ତି କିନ୍ତୁ ସମସ୍ତେ ଏବେ ପରବର୍ତ୍ତୀ ଟଙ୍କା

ଉତ୍ତରପ୍ରଦେଶର ଡ୍ରାଫ୍ଟ ତାଲିକାରେ କଟିଲା ମୋଟ ୨ କୋଟି ୮୯ ଲକ୍ଷ ଭୋଟରଙ୍କ ନାଁ

ଉତ୍ତରପ୍ରଦେଶର ଭୋଟର ତାଲିକା ପାଇଁ ଏସଆଇଆର ପ୍ରକ୍ରିୟା ରେ ରାଜ୍ୟର ଡ୍ରାଫ୍ଟ ଭୋଟର ତାଲିକା ଆଜି ପ୍ରକାଶ ପାଇଛି । ରାଜ୍ୟର ମୁଖ୍ୟ ନିର୍ବାଚନ କମିଶନ ଡ୍ରାଫ୍ଟ ତାଲିକା ପ୍ରକାଶ କରିଛନ୍ତି। ଏହି ପ୍ରକ୍ରିୟାରେ ଉତ୍ତରପ୍ରଦେଶର ୨୮.୯ ନିୟୁତ ଭୋଟରଙ୍କ ନାମ ବାଦ ଦିଆଯାଇଛି । କମିସନଙ୍କ

ପୁରୀ ଶ୍ରୀମନ୍ଦିର ଭିତରକୁ ବାହାର ଘିଅ ପ୍ରବେଶ ଘଟଣା, ୨ ସୁଆରଙ୍କୁ ନୋଟିସ ଜାରି

ଅନେକ ଦିନର ବ୍ୟବଧାନ ପରେ ପୁଣି ଶ୍ରୀମନ୍ଦିରରେ ଘିଅ ବ୍ୟବହାର ନେଇ ବିବାଦ ଉପୁଜିଛି । ଶ୍ରୀମନ୍ଦିର ପରିସରରେ ଓମଫେଡ ଘିଅ ବଦଳରେ ବାହାରୁ ଅନ୍ୟ ଖୋଲା ଘିଅ ମିଳିଥିବାବେଳେ ଏହାକୁ ଜବତ କରିଛି ଶ୍ରୀମନ୍ଦିର ପ୍ରଶାସନ । ଏ ସମ୍ପର୍କରେ ସୁଆର ମହାସୁଆର ନିଯୋଗକୁ ସୂଚିତ କରିଛି ଶ୍ରୀମନ୍ଦିର

 ଲାଞ୍ଚ ନେଲା ବେଳେ ଭିଜିଲାନ୍ସ ଜାଲରେ ପଡିଗଲେ ଫରେଷ୍ଟର ବାବୁ

ଲାଞ୍ଚ ନେଲା ବେଳେ ଭିଜିଲାନ୍ସ ଜାଲରେ ପଡିଗଲେ ଫରେଷ୍ଟର ବାବୁ। ଲାଞ୍ଚୁଆ ଫରେଷ୍ଟରଙ୍କୁ ଧରିଲା ଭିଜିଲାନ୍ସ ଟିମ୍। ୧୦ ହଜାର ଟଙ୍କା ଲାଞ୍ଚ ନେଲା ବେଳେ ଫରେଷ୍ଟର ଅଶୋକ କୁମାର ନାୟକଙ୍କୁ ମାଡ଼ିବସିଲା ଭିଜିଲାନ୍ସ।ମଙ୍ଗଳବାର ସମ୍ବଲପୁର, ବରଗଡ଼, ସୋନପୁର ଓ ବଲାଙ୍ଗୀର ଭିଜିଲାନ୍ସ ଟିମ୍‌ ଚଢାଉ

ଦ୍ୱିତୀୟ ବିବାହ କରିବାକୁ ମନସ୍ଥ କରିଛନ୍ତି ଶିଖର ଧାୱନ

ପୂର୍ବତନ ଭାରତୀୟ କ୍ରିକେଟର ଶିଖର ଧାୱନ ଦ୍ୱିତୀୟ ବିବାହ କରିବାକୁ ମନ ବଳାଇଛନ୍ତି । ୪୦ ବର୍ଷୀୟ ଧାୱନ ତାଙ୍କ ଦୀର୍ଘଦିନର ବାନ୍ଧବୀ ତଥା ପ୍ରେମିକା ଆୟର୍ଲାଣ୍ଡ ମଡେଲ ସୋଫି ସାଇନଙ୍କ ହାତ ଧରିବେ । ବିବାହ ଲାଗି କାର୍ଯ୍ୟସୂଚୀ ମଧ୍ୟ ଚୂଡାନ୍ତ ସରିଛି । ଆସନ୍ତା ଫେବୃଆରୀ ତୃତୀୟ ସପ୍ତାହରେ

ମାଆର ମୃତ୍ୟୁ ସହି ପାରିଲେନି ପୁଅ। ଏକାବେଳେ ଆରପାରିକୁ ଚାଲିଗଲେ ମା’ ପୁଅ

କୋରାପୁଟ ଜିଲ୍ଲା ଜୟପୁରରୁ ଆସିଛି ଏକ ହୃଦୟବିଦାରକ ଖବର । ମାଆର ମୃତ୍ୟୁ ସହି ପାରିଲେନି ପୁଅ। ହୃଦ୍‌ଘାତରେ ଚାଲିଗଲା ୪୫ ବର୍ଷୀୟ ପୁଅର ଜୀବନ। ଗୋଟିଏ ଘରୁ ଉଠିଲା ଦୁଇଟି କୋକେଇ। ଜୟପୁର ପରିଚ୍ଛା ସାହିରେ ରହୁଥିଲେ ମାଆ ଏବଂ ପୁଅ ।ସକାଳୁ ପୁଅ ନିଜ କାମ ସାରିବା ପାଇଁ ଜମିକୁ ଯାଇଥିଲା । କାମ