ମଧୁବାବୁ ପେନସନ ଟଙ୍କା ଲୁଟ୍, ଭିଜିଲାନ୍ସ ଜାଲରେ ୨ ପୂର୍ବତନ ପେୟ

ପୁରୀ ଜିଲ୍ଲାରେ ମଧୁ ବାବୁ ପେନସନ ଟଙ୍କା ଲୁଟ୍ ଘଟଣାରେ ୨ ପୂର୍ବତନ PEOଙ୍କୁ ଗିରଫ କଲା ଭିଜିଲାନ୍ସ । ଜମରସୁଆଁ ପଞ୍ଚାୟତ ପୂର୍ବତନ PEO ସୁଲମଣି ଜାନି ଓ ସାହୁପଡ଼ା ପଞ୍ଚାୟତ ପୂର୍ବତନ PEO ଟୁନା ପ୍ରଧାନ ଗିରଫ । ଉଭୟଙ୍କ ନାଁରେ ୩୦ ଲକ୍ଷ ୭୮ହଜାର ପେନସନ ଟଙ୍କା ହଡ଼ପ ଅଭିଯୋଗ ହୋଇଛି ।ଭିଜିଲାନ୍ସ ତଦନ୍ତ ଅନୁଯାୟୀ, ଏହି ଦୁଇଜଣ ୨୦୨୨ରୁ ୨୦୨୫ ମଧ୍ୟରେ ମୋଟ ୩୦,୭୮,୬୨୦ ଟଙ୍କା ହଡ଼ପ କରିଛନ୍ତି। ସୁଲମଣି ଜାନି ୧୫,୭୪,୮୨୦ ଟଙ୍କା ଅନ୍ୟତ୍ର ପଠାଇଥିବା ଅଭିଯୋଗ ହୋଇଛି। ଯେତେବେଳେ କି ଟୁନା ପ୍ରଧାନଙ୍କ ବିରୁଦ୍ଧରେ ୧୫,୦୩,୮୦୦ ଟଙ୍କା ହଡ଼ପ କରିବାର ଅଭିଯୋଗ ଅଛି। ଏହି ପାଣ୍ଠି ବୃଦ୍ଧ, ବିକଳାଙ୍ଗ ଏବଂ ଅସହାୟ ବ୍ୟକ୍ତିଙ୍କ ପାଇଁ ଉଦ୍ଦିଷ୍ଟ ଥିଲା କିନ୍ତୁ ହିତାଧିକାରୀଙ୍କୁ ବଣ୍ଟନ କରାଯିବା ପରିବର୍ତ୍ତେ ବ୍ୟକ୍ତିଗତ ଲାଭ ପାଇଁ ରଖାଯାଇଥିଲା ଏବଂ ଭୁଲ ନିର୍ଦ୍ଦେଶିତ କରାଯାଇଥିଲା।। ଏ ନେଇ ଅଭିଯୋଗ ପରେ ଭିଜିଲାନ୍ସ ଦୁଇଟି ପୃଥକ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ ଚାଲାଣ କରିଛି । ସେମାନଙ୍କ ଆୟବହିର୍ଭୁତ ସମ୍ପତ୍ତି ଆଦି ନେଇ ତଦନ୍ତ ଜାରି ରହିଥିବା ଭିଜିଲାନ୍ସ ବିଭାଗ ପକ୍ଷରୁ ଜଣାପଡ଼ିଛି ।