ଲଘୁଚାପ ଜନିତ ବର୍ଷାକୁ ନେଇ ଅଗ୍ନିଶମ ବିଭାଗର ପ୍ରସ୍ତୁତି

ବର୍ଷା ପାଇଁ ଆଲର୍ଟରେ ଅଗ୍ନିଶମ ବାହିନୀ । ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ସହ ବ୍ୟାପକ ସରଞ୍ଜାମ ମୁତୟନ ।ତିନୋଟି ରେଞ୍ଜ୍‌ରେ ଉଦ୍ଧାରକାରୀ ଦଳ ନିୟୋଜିତ ହୋଇଛନ୍ତି ।ବନ୍ୟା ଲାଗି ୩୨୪ ବୋଟ ରଖାଯାଇଛି । ଏହାସହିତ ୩,୧୪୩ ଲାଇଭ ଜ୍ୟାକେଟ ଏବଂ ୨,୭୧୨ ଉଦ୍ଧାରକାରୀ ଜଳ ଘେରିରୁ ଉଦ୍ଧାର ଲାଗି ମୁତୟନ ରହିଛନ୍ତି । ତଳି ଅଞ୍ଚଳ, ଜଳ ନିଷ୍କାସନ ଲାଗି ୩୫୨ ପମ୍ପ ରହିଛି। ପ୍ରବଳ ବର୍ଷା ଯୋଗୁଁ ଘର ଭୁସୁଡ଼ିବା ଏବଂ ଗଛ ଉପୁଡ଼ିବ ଘଟଣାର ମୁକାବିଲା ପାଇଁ ଅଗ୍ନିଶମ ଟିମ୍ ବିଭିନ୍ନ ଯନ୍ତ୍ରାଂଶ ସହିତ ପ୍ରସ୍ତୁତିକୁ ଚୂଡ଼ାନ୍ତ କରିଛି ।। ଝଡ଼ବର୍ଷାରେ ଗଛ ପଡ଼ିବା କିମ୍ବା କୋଠାବାଡ଼ି କ୍ଷତିଗ୍ରସ୍ତ ହେବା ପରିସ୍ଥିତିକୁ ନଜରରେ ରଖି ୧,୫୫୧ଟି ଚେନ୍-ସ’ ଏବଂ ଅତ୍ୟାଧୁନିକ ହାଇଡ୍ରୋଲିକ୍ ରେସକ୍ୟୁ ଟୁଲ୍ସ ମହଜୁଦ ରଖାଯାଇଛି । ରାତ୍ରିକାଳୀନ ଉଦ୍ଧାର କାର୍ଯ୍ୟ ପାଇଁ ୬୨୮ଟି ଟାୱାର ଲାଇଟ୍ ମଧ୍ୟ ବ୍ୟବସ୍ଥା କରାଯାଇଛି । ଲଘୁଚାପ ଜନିତ ବର୍ଷାକୁ ଆଖିରେ ରଖି ଅଗ୍ନିଶମ ଡିଜି ଏବଂ ଆଇଜିଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ ଶହ ପ୍ରସ୍ତୁତି ଜୋରଦାର କରାଯାଇଥିବା ସୂଚନା।