ଝାରପଡ଼ା ପରେ ଚୌଦ୍ୱାର ଜେଲ୍‌ରେ ବ୍ୟାପିଲା HIV, ୫ କଏଦୀ ପଜିଟିଭ୍ ଚିହ୍ନଟ

ଜେଲ ଭିତରେ ଟେନସନ ବଢ଼ାଇଛନ୍ତି HIV ସଂକ୍ରମିତ। ଭୁବନେଶ୍ବର ଝାରପଡ଼ା ଜେଲ ପରେ ଏବେ ଚୌଦ୍ୱାର ମଣ୍ଡଳ କାରାଗାରରେ ୫ ଜଣ କଏଦୀ ଏଚଆଇଭି ପଜିଟିଭ ଚି଼ହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୨ ଜଣ ସଜ୍ଜା କାଟୁଥିବା ବେଳେ ୩ ଜଣ ବିଚାରାଧୀନ କଏଦୀ ବୋଲି ଜଣାପଡିଛି ।ସେମାନଙ୍କୁ ଜେଲ୍ ଭିତରେ ଥିବା ସ୍ବତନ୍ତ୍ର ୱାର୍ଡରେ ରଖାଯାଇ ରୀତିମତ ଚିକିତ୍ସା ଯୋଗାଇ ଦିଆଯାଉଛି । ଜେଲ୍‌ରେ ଥିବା ଜଣେ ଡ଼ାକ୍ତର ଓ ଦୁଇ ଜଣ ଫାର୍ମାସିଷ୍ଟ ସେମାନେ ରୀତିମତ ସ୍ବାସ୍ଥ୍ୟାବସ୍ଥା ଜେଲ୍ ଭିତରେ ଯାଞ୍ଚ କରୁଛନ୍ତି । ଅଧିକ ଚିକିତ୍ସା ପାଇଁ କଟକ ବଡ଼ ମେଡିକାଲରେ ଥିବା ଏଆରଟି ସେଣ୍ଟର ମାସକୁ ଥରେ କିମ୍ବା ଦୁଇ ଥର ପଠାଯାଇ ସ୍ବାସ୍ଥ୍ୟାବସ୍ଥା ଚେକ୍ କରାଯାଇଥାଏ ।