ପୁଣି ଓଲଟିଲା କୋଇଲା ବୋଝେଇ ଟ୍ରକ*
କଳାହାଣ୍ଡି ଜିଲ୍ଲା ର ରାୟପୁର ରୁ ବିଶାଖାପାଟଣା କୁ ସଂଯୋଗ କରୁଥିବା ୬ ନମ୍ବର ରାଜ୍ୟ ରାଜ ପଥ ସିକେରକୂପା ଛକ ନିକଟରେ ଥିବା ବ୍ରିଜ଼ ରେ ଆଜି ସକାଳୁ ପ୍ରାୟ ୪ ଘଣ୍ଟା ସମୟରେ ଏକ କୋଇଲା ବୋଝେଇ ଟ୍ରକ ଯାହାର ଗାଡି ବିଶାଖାପାଟଣା ରୁ କୋଇଲା ବୋଝେଇ ରାୟପୁର କୁ ଯାଉଥିବା ବେଳେ ସିକେରକୁପା ଛକ ନିକଟରେ ଥିବା ବ୍ରିଜ ରେ ଦ୍ରୁତ ଗତିରେ ଆସିବାରୁ ଭାରସାମ୍ୟ ହରାଇ ବ୍ରିଜ଼ ତଳକୁ ଖସି ଓଲଟି ପଡିଛି । ଏହି ଘଟଣା ଘଟିବା ପରେ ସ୍ଥାନୀୟ ଲୋକ ଏବଂ ସିକେରକୁପା ଫାଣ୍ଡି ପୋଲିସ ଙ୍କ ଦ୍ୱାରା ଚାଳକ କୁ ଉଦ୍ଧାର କରି ସ୍ଥାନୀୟ ଡାକ୍ତର ଖାନା କୁ ନେଇ ପ୍ରାଥମିକ ଚିକିତ୍ସା କରାଇ ଥିଲେ । ଚାଳକ ଙ୍କ ବିଶେଷ କିଛି କ୍ଷୟ କ୍ଷତି ହୋଇ ନ ଥିବା ସୂତ୍ରରୁ ପ୍ରକାଶ । ଘଟଣା ସ୍ଥଳରେ ସିକେରକୂପା ଫାଣ୍ଡି ପୋଲିସ ପହଁଞ୍ଚି ତଦନ୍ତ କରୁଥିବା ଦେଖିବାକୁ ମିଳିଛି । କଳାହାଣ୍ଡିରୁ ଜିଲ୍ଲା ପ୍ରତିନିଧି ଶେଖର ସୁମନ ଦାଶ ଙ୍କ ରିପୋର୍ଟ HR ଟିଭି ଓଡ଼ିଆ ।