ଲୋକଙ୍କ ସରକାର’କୁ ୨ ବର୍ଷ ପୂର୍ତ୍ତି ଅବସରରେ ସାମ୍ବାଦିକ ସମ୍ମିଳନୀ*

*କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଠାରେ ଭାରତୀୟ ଜନତା ପାର୍ଟି ଜିଲ୍ଲା ସଭାପତି ଯୁଗଳ କିଶୋର ପୋଡ଼ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଜୁନାଗଡ଼ ବିଧାୟକ ପ୍ରାର୍ଥୀ ମନୋଜ ମେହେର ଯୋଗଦେଇ ଥିବାବେଳେ । ଏହି ଅବସରରେ ମାନ୍ୟବର ଭାରତର ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ମାନ୍ୟବର ଓଡିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଙ୍କ ଦିଗ୍‌ଦର୍ଶନରେ ଗତ ୨ ବର୍ଷ ମଧ୍ୟରେ ଡବଲ୍ ଇଞ୍ଜିନ୍ ସରକାରଙ୍କ ବିକାଶମୂଳକ ପଦକ୍ଷେପ ଓ ଜନକଲ୍ୟାଣକାରୀ କାର୍ଯ୍ୟକ୍ରମ ସମ୍ପର୍କରେ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଅବଗତ କରାଇବା ସହ ସେମାନଙ୍କ ପ୍ରଶ୍ନର ଉତ୍ତର ରଖାଯାଇଥିଲା ।

ଏହି ଅବସରରେ ଓଡିଶା ସରକାରଙ୍କ ମାନ୍ୟବର ଜଙ୍ଗଲ ପରିବେଶ, ଶ୍ରମ ଓ ନିଯୁକ୍ତି ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ, ରାଜ୍ୟ ଉପସଭାପତି ଭବେନ୍ଦ୍ର ପଣ୍ଡା , ମାନ୍ୟବର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀ, ପୂର୍ବତନ ଜିଲ୍ଲା ସଭାପତି ଦେବେନ୍ଦ୍ର ମହାନ୍ତି, ବିଶ୍ୱନାଥପୁର ମଣ୍ଡଳ ପ୍ରଭାରୀ ସନ୍ତୋଷ ବିଶି ଏବଂ ଗଣମାଧ୍ୟମର ପ୍ରତିନିଧିଗଣ ଉପସ୍ଥିତ ରହିଥିଲେ । କଳାହାଣ୍ଡି ରୁ ଜିଲ୍ଲା ପ୍ରତିନିଧି ଶେଖର ସୁମନ ଦାଶ ଙ୍କ ରିପୋର୍ଟ HR ଟିଭି ଓଡ଼ିଆ ।