ସମାଜ ସେବୀ ସଦାଶିବଙ୍କୁ ମିଳିଲା ରାଜ୍ୟପାଳ ପୁରସ୍କାର
ଗଣିଆ ( ବିଶ୍ୱରଂଜନ ସେଠି) ନୟାଗଡ଼ ଜିଲା ଗଣିଆ ବ୍ଳକ ଅନ୍ତର୍ଗତ କିଶୋରପ୍ରସାଦ ଗ୍ରାମର ସଦାଶିବ ମିଶ୍ରଙ୍କୁ ମହାମହିମ ରାଜ୍ୟପାଳ ପୁରସ୍କୃତ କରିଛନ୍ତି । ସଦାଶିବ ମିଶ୍ର ଗଣିଆ ବ୍ଳକର ପୂର୍ବତନ ବ୍ଳକ ଅଧ୍ୟକ୍ଷ ତଥା ଗଣିଆ ଅଂଚଳର ଜଣେ ଆଗଧାଡ଼ିର ସମାଜସେବୀ ଭାବେ ବେଶ ପରିଚିତ । ଶ୍ରୀ ମିଶ୍ର ରାଜନୈତିକ କ୍ଷେତ୍ରରେ ନିଜ ଅଂଚଳପାଇଁ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟକରି ପ୍ରଂଶାସା ସାଉଁଟିଥିବାବେଳେ ସେବା ଓ ଶିକ୍ଷା କ୍ଷେତ୍ରରେ ମଧ୍ୟ ତାଙ୍କର ଅବଦାନ ଅତୁଳନୀୟ । ଗଣିଆ ଅଂଚଳରେ ଥିବା ଅସହାୟ ନିଷ୍ପେସିତ ଓ ଗରୀବ ରୋଗୀଙ୍କୁ ସେ ବିଭିନ୍ନ ସଂଗଠନ ମାଧ୍ୟମରେ ସହାୟତା ପ୍ରଦାନ କରିଥିବାବେଳେ ଶିକ୍ଷାରୁ ବଂଚିତ ହେଉଥିବା ଅବହେଳିତ ଛାତ୍ରଛାତ୍ରୀମାନଙ୍କ ପାଇଁ ଉତମ ଶିକ୍ଷାଲାଭ ପାଇ ସେ ସବୁବେଳେ ଚେଷ୍ଟିତ । ସେବାକ୍ଷେତ୍ରରେ ଉଲେଖନୀୟ ଅବଦାନ ପାଇଁ ଓଡ଼ିଶାର ମହାମହିମ ରାଜ୍ୟପାଳ ହରିବାବୁ କମ୍ଭମପତି ତାଙ୍କୁ ଏହି ପୁରସ୍କାର ପ୍ରଦାନ କରିଛନ୍ତି । ମାନପତ୍ର ସହିତ ଉପଢୌକନ ଦେଇ ଏକ ବର୍ଣ୍ଣାଢ୍ୟ ସମାରୋହରେ ପୁରସ୍କାର ପ୍ରଦାନ କରିଥିଲେ ।
