ସୁରକ୍ଷାବାହିନୀ ଗୁଳିରେ ୯ ଜଣ ନକ୍ସଲ ପ୍ରାଣ ହରାଇଛନ୍ତି।
ଛତିଶଗଡର ଦାନ୍ତେୱାଡା ଏବଂ ବିଜାପୁରର ସୀମାନ୍ତ ଅଞ୍ଚଳରେ ସୁରକ୍ଷାବାହିନୀ ଏବଂ ନକ୍ସଲମାନଙ୍କ ମଧ୍ୟରେ ଏନକାଉଣ୍ଟର ଚାଲିଛି। ସୁରକ୍ଷାବାହିନୀ ଗୁଳିରେ ୯ ଜଣ ନକ୍ସଲ ପ୍ରାଣ ହରାଇଛନ୍ତି। ପୁଲିସ ନକ୍ସଲଙ୍କ ଠାରୁ ସ୍ୱୟଂଚାଳିତ ଅସ୍ତ୍ରଶସ୍ତ୍ର ମଧ୍ୟ ଜବତ କରିଛି।ମିଳିଥିବା ସୂଚନା ଅନୁଯାୟୀ, ପଶ୍ଚିମ ବସ୍ତର ଡିଭିଜନରେ ମାଓବାଦୀଙ୍କ ଉପସ୍ଥିତି ସମ୍ପର୍କରେ ସୂଚନା ପାଇବା ପରେ ପୋଲିସର ମିଳିତ ଟିମ ସର୍ଚ୍ଚ ଅପରେଶନ ଆରମ୍ଭ କରିଥିଲା।
ଆଜି ସକାଳେ ଖୋଜାଖୋଜି ବେଳେ ସୈନିକ ଏବଂ ନକ୍ସଲମାନଙ୍କ ମଧ୍ୟରେ ଗୁଳି ବିନିମୟରେ ୯ ମାଓବାଦୀଙ୍କ ମୃତ୍ୟୁ ଘଟିଥିଲା। ୨୦୦୧ରୁ ୨୦୨୪ ମଧ୍ୟରେ ଛତିଶଗଡ଼ର ସଂଘର୍ଷ ଗ୍ରସ୍ତ ବସ୍ତର ଅଞ୍ଚଳରେ ନକ୍ସଲ ହିଂସାରେ ଟାର୍ଗେଟ୍ ଆକ୍ରମଣରେ ପ୍ରାଣ ହରାଇଥିବା ସୁରକ୍ଷାକର୍ମୀଙ୍କ ତୁଳନାରେ ଅଧିକ ସାଧାରଣ ନାଗରିକଙ୍କ ମୃତ୍ୟୁ ରେକର୍ଡ କରାଯାଇଛି।
