ଆମେରିକାକୁ ଇରାନ୍ର ୩ ପ୍ରସ୍ତାବ
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନକୁ ଏକ ନୂଆ ଧମକ ଦେଇଛନ୍ତି। ସେ କହିଛନ୍ତି ଯେ, ଯୁଦ୍ଧ ସମାପ୍ତ କରିବା ପାଇଁ ଏକ ଚୁକ୍ତିରେ ରାଜି ହେବା ଲାଗି ଇରାନ ପାଖରେ ଆଉ କେବଳ ତିନି ଦିନ ଅଛି। ନଚେତ୍ ଏହାର ତୈଳ ପାଇପ୍ ଲାଇନ୍ଗୁଡ଼ିକରେ ବିସ୍ଫୋରଣ ହେବ। ଫକ୍ସ ନ୍ୟୁଜ୍ ସହିତ କଥାବାର୍ତ୍ତା କରି ଟ୍ରମ୍ପ ଚେତାବନୀ ଦେଇଛନ୍ତି। ଅନ୍ୟପଟେ ଇରାନ ଆଲୋଚନା ପାଇଁ ଏକ ତିନି-ପର୍ଯ୍ୟାୟ ଫର୍ମୁଲା ପ୍ରସ୍ତାବ ଦେଇଛି। ଇରାନ ମଧ୍ୟସ୍ଥିଙ୍କ ମାଧ୍ୟମରେ ଆମେରିକାକୁ ଜଣାଇ ଦେଇଛି ଯେ ଯଦି ଆଲୋଚନାକୁ ସଫଳତାର ସହ ପୁଣି ଆରମ୍ଭ କରିବାକୁ ଆଗ୍ରହୀ ତେବେ ସେମାନଙ୍କୁ ତିନୋଟି ପର୍ଯ୍ୟାୟ ଦେଇ ଯିବାକୁ ପଡିବ।ପ୍ରଥମ ପର୍ଯ୍ୟାୟ: ଯୁଦ୍ଧର ସମ୍ପୂର୍ଣ୍ଣ ଅନ୍ତ। ଇରାନ ଏବଂ ଲେବାନନ ବିରୋଧରେ ପୁଣି ଯୁଦ୍ଧ ନକରିବା ପାଇଁ ଗ୍ୟାରେଣ୍ଟି।
ଦ୍ଵିତୀୟ ପର୍ଯ୍ୟାୟ: ଯଦି ପ୍ରଥମ ପର୍ଯ୍ୟାୟର ଦାବିଗୁଡ଼ିକ ଉପରେ ସହମତି ହୁଏ, ତେବେ ଦ୍ୱିତୀୟ ପର୍ଯ୍ୟାୟରେ ଦୁଇପକ୍ଷ ଗୁରୁତ୍ୱପୂର୍ଣ୍ଣ ସାମୁଦ୍ରିକ ଅବରୋଧ ହର୍ମୁଜ୍ ପ୍ରଣାଳୀର ପରିଚାଳନା ଏବଂ ପ୍ରଶାସନ ବିଷୟରେ ଆଲୋଚନା କରିବେ।ତୃତୀୟ ପର୍ଯ୍ୟାୟ: ଉପରୋକ୍ତ ଦୁଇଟି ପର୍ଯ୍ୟାୟ ଅତିକ୍ରମ କରିବା ପରେ ହିଁ ଇରାନ ପରମାଣୁ ପ୍ରସଙ୍ଗ ଉପରେ ଆଲୋଚନା କରିବ।