ଆସନ୍ତା ୧୭ ତାରିଖରେ ଓଡିଶା ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।
ଆସନ୍ତା ୧୭ ତାରିଖରେ ଓଡିଶା ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।ଜନତା ମଇଦାନରେ ସୁଭଦ୍ରା ଯୋଜନା ହିତାଧିକାରୀଙ୍କୁ ଟଙ୍କା ବଣ୍ଟନ କରିବେ ପ୍ରଧାନମନ୍ତ୍ରୀ । ୧୭ ସୁଦ୍ଧା ଚୟନ ଯୋଗ୍ୟ ହତାଧିକାରୀଙ୍କୁ ପ୍ରଥମ ପର୍ଯ୍ୟାୟରେ ଟଙ୍କା ମିଳିବ ବୋଲି ସୂଚନା ମିଳିଛି ।
ଏନେଇ ସୋମବାର ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ସୂଚନା ଦେଇଛନ୍ତି ।
ତେବେ ଓଡିଶା ସରକାର ସାଧାରଣ ଲୋକଙ୍କୁ ସୁଭଦ୍ରା ଯୋଜନା ପାଇଁ ଲାଭ ମିଳିବ ଲାଗି ସମସ୍ତ ଚେଷ୍ଟା କରୁଛନ୍ତି କିନ୍ତୁ ସରକାର ନିର୍ବାଚନ ବେଳେ ଯେଉଁ ପ୍ରତିଶ୍ରୁତି ଦେଇଥିଲେ ତାହାକୁ ପାଳନ କରନ୍ତୁ ବୋଲି ବିରୋଧୀ କହିଛନ୍ତି। ୨ବର୍ଷରେ ୫୦ହଜାର ଟଙ୍କା ସମସ୍ତ ମହିଳାଙ୍କୁ ଦେବାକୁ ସରକାର କହିଥିଲେ। ହେଲେ ଏବେ ପାଳନ ନକରି ରାଜ୍ୟର ମହିଳାଙ୍କୁ ଠକୁଥିବା ଅଭିଯୋଗ ହୋଇଛି।