ଏକ୍ସପ୍ରେସ୍ ଟ୍ରେନ୍‌ରେ ନିଆଁ, ଜୀଅନ୍ତା ଜଳିଗଲେ ଯାତ୍ରୀ

ଏକ୍ସପ୍ରେସ୍ ଟ୍ରେନ୍‌ରେ ନିଆଁ । ଜୀଅନ୍ତା ଜଳିଗଲେ ଯାତ୍ରୀ । ଗତକାଲି ବିଳମ୍ବିତ ରାତିରେ ଆନ୍ଧ୍ରପ୍ରଦେଶର ୟଲମଞ୍ଚିଲି ନିକଟରେ ଟାଟା ନଗର-ଏର୍ଣ୍ଣାକୁଲମ୍ ଏକ୍ସପ୍ରେସ୍‌ରେ ଅଗ୍ନିକାଣ୍ଡ ଘଟିଛି । ବିଶାଖାପାଟଣାରୁ ପ୍ରାୟ ୬୬ କିଲୋମିଟର ଦୂରରେ ଟାଟା ନଗର-ଏର୍ଣ୍ଣାକୁଲମ୍ ଏକ୍ସପ୍ରେସ୍‌ ଟ୍ରେନ୍‌ରେ ନିଆଁ ଲାଗିଥିଲା । ଅଗ୍ନିକାଣ୍ଡ ଯୋଗୁ ଟ୍ରେନ୍‌ ଭିତରେ ଆତଙ୍କ ସୃଷ୍ଟି ହୋଇଛି। କିନ୍ତୁ ସମୟ ମଧ୍ୟରେ ଅନେକ ଯାତ୍ରୀଙ୍କୁ ବାହାରକୁ ବାହାର କରାଯାଇଛି। ଦୁର୍ଘଟଣାରେ B1 ଏବଂ M2 ବଗିଗୁଡ଼ିକ ସମ୍ପୂର୍ଣ୍ଣ ପୋଡ଼ି ଯାଇଛି। ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଯେତେବେଳେ ଅନ୍ୟ ଅନେକ ଯାତ୍ରୀ ଅଳ୍ପକେ ରକ୍ଷା ପାଇଯାଇଛନ୍ତି। ଅଗ୍ନିକାଣ୍ଡ ପରେ ସମରଲାକୋଟାରେ ଆଉ ୨ଟି ଏସି କୋଚ୍ ସଂଯୋଗ କରାଯାଇଛି । ଏହା ପରେ ଟ୍ରେନ୍‌ଟି ଏର୍ଣ୍ଣାକୁଲମ୍ ଅଭିମୁଖେ ଯାତ୍ରା କରିଛି। ଏହି ଅଗ୍ନିକାଣ୍ଡପରେ ବିଜୟୱାଡ଼ାରୁ ବିଶାଖାପାଟଣା ଆଡ଼କୁ ଯାଉଥିବା ଏକାଧିକ ଟ୍ରେନ୍ ବିଳମ୍ବରେ ଚାଲୁଛି ।