ଓଡ଼ିଶାରେ ଆଉ ରହିବ ନାହିଁ ଆଳୁ ସମସ୍ୟା
ଓଡ଼ିଶାରେ ଆଉ ରହିବ ନାହିଁ ଆଳୁ ସମସ୍ୟା। ଏ ନେଇ ଗତକାଲି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଓ ତାଙ୍କ ପଶ୍ଚିମବଙ୍ଗ ପ୍ରତିପକ୍ଷ ଅଶୋକ କିର୍ତ୍ତନିଆଙ୍କ ମଧ୍ୟରେ ଗୁରୁତ୍ୱପୁର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି। ଓଡ଼ିଶାର ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଏବଂ ପଶ୍ଚିମବଙ୍ଗର ଖାଦ୍ୟ ଯୋଗାଣ ମନ୍ତ୍ରୀଙ୍କ ମଧ୍ୟରେ ହୋଇଥିବା ଏହି ଆଲୋଚନା ଫଳପ୍ରଦ ହୋଇଛି, ଯାହା ଫଳରେ ଏବେ ରାଜ୍ୟକୁ ବର୍ଷର ୧୨ ମାସ ଯାକ ବାଧାବିଘ୍ନ ହୀନ ଭାବେ ଆଳୁ ଯୋଗାଣ ହୋଇପାରିବ ।ପଶ୍ଚିମବଙ୍ଗରେ ନିକଟରେ ଶାସନ କ୍ଷମତାକୁ ଆସିଥିବା ନୂଆ ବିଜେପି ସରକାରଙ୍କ ସହିତ ଓଡ଼ିଶାର ସମ୍ପର୍କ ବେଶ୍ ସୁଦୃଢ଼ ହେବାରେ ଲାଗିଛି । ପୂର୍ବରୁ ଦୀଘାରେ ‘ଜଗନ୍ନାଥ ଧାମ’ ଲେଖାକୁ ନେଇ ଉପୁଜିଥିବା ବିବାଦର ସଫଳ ସମାଧାନ ନୂଆ ସରକାର ଆସିବା ପରେ ସମ୍ଭବ ହୋଇପାରିଥିଲା । ଠିକ୍ ସେହିଭଳି ଉତ୍ତମ ବୁଝାମଣା ଓ ଆନ୍ତଃରାଜ୍ୟ ସମ୍ପର୍କ ଭିତ୍ତିରେ ଏବେ ବହୁ ପ୍ରତୀକ୍ଷିତ ଆଳୁ ବିବାଦର ମଧ୍ୟ ସମାଧାନ ହେବାକୁ ଯାଉଛି ।