କଟକ ଜିଲ୍ଲା ବିଦ୍ୟାଳୟ ସମୁହ ଫୁଟୁବଲ ପ୍ରତିଯୋଗିତା ଉଦ୍ୟାପିତ, କଣ୍ଟାପଡା ବ୍ଳକ ବାଳକ ଓ ବାଳିକା ଚମ୍ପିୟନ ।

ତିଗିରିଆ,୨୨ /୧୧ ( ମାନସ ରଞ୍ଜନ ସାହୁ) କଟକ ଜିଲ୍ଲା ବିଦ୍ୟାଳୟ ସମୁହ ଫୁଟୁବଳ ପ୍ରତିଯୋଗିତାରେ ଆଜି କଣ୍ଟାପଡା ବ୍ଳକ ଉଭୟ ବାଳକ ଓ ବାଳିକା ବିଭାଗରେ ଚମ୍ପିୟନ ହୋଇଛନ୍ତି । ପାଞ୍ଚ ଗାଁ ସ୍ଥିତ ଦଧିବାମନ ଜୀୟୁ ବିଦ୍ୟାପୀଠ, ବ୍ଳକ ସ୍ତରୀୟ ମିନି ଷ୍ଟାଡିୟମ ଓ ପୁରୁଣାତିଗିରିଆ ଖେଳପଡିଆ ଠାରେ ଅନୁଷ୍ଠିତ ମ୍ୟାଚରେ ଉଭୟ ବର୍ଗରେ ବାରଙ୍ଗ ବ୍ଳକ ସହିର କଣ୍ଟାପଡା ବ୍ଳକ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ଦୁଇଟି ଯାକ ମ୍ୟାଚ ସଂଘର୍ଷ ପୁର୍ଣ୍ଣ ହେବା ସହତି ପେଣ୍ଡାଲିକ ସୁଟ ଆଉଟ ସହିତ କଣ୍ଟାପଡା ବ୍ଳକ ଚମ୍ପୟନ ହୋଇଥିଲା । ବ୍ଳକ ଶିକ୍ଷା ଅଧିକାରୀ ଅମର କୁମାର ମହାରଣାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉଦଯାପନ ସମାରୋହରେ ସହକାରୀ ଜିଲ୍ଲାପାଳ ମାନସ ରଞ୍ଜନ ସାହୁ ମୁକ୍ୟଅତିଥି ଭାବେ ଯୋଗଦେଇ ଚମ୍ପିୟନ ଓ ରନର୍ସଅପ ଦଳକୁ ଉତ୍ସାହିତ କରିବା ସହିତ ରାଜ୍ୟ ସ୍ତରରେ ଜିଲ୍ଲାକୁ ପ୍ରତିଷ୍ଠିତ କରିବାକୁ ଆହ୍ନାନ ଦେଇଥିଲେ । ଶିକ୍ଷକ ବିଦ୍ୟାଧର ସାମଲଙ୍କ ସଂଯୋଜନାରେ ଅନୁଷ୍ଠିତ ସଭାରେ ମୁଖ୍ୟବକ୍ତା ଭାବେ ବଡମ୍ବା ବ୍ଳକ ଶିକ୍ଷା ଅଧିକାରୀ ତ୍ରିଲୋଚନ ଜେନା, ଜିଲ୍ଲା କ୍ରୀଡା ନିରିକ୍ଷକ ସୁଶ୍ରୂୀ ସୌଦାମିନୀ ଦାସ, ସହଶିକ୍ଷା ଅଧିକାରୀ ମାଧବ ଚନ୍ଦ୍ର ଦେଉରୀ, ସୋଦାମିନୀ ମିଶ୍ର, ସମାଜସେବୀ ସରୋଜ କୁମାର ଦାଶ, ବିଶେଷ ଅତିଥି ଭାବେ ସାଂସଦ ପ୍ରତିନିଧି ସୂର୍ଯ୍ୟକାନ୍ତ ଧଳ ସଂଗଠନ ସଂପାଦକ ରବିନ୍ଦ୍ରନାଥ ବିଶ୍ୱାଳ, ବ୍ଳକ କ୍ରୀଡା ସଂପାଦିକା ସରୋଜିନୀ ସାହୁଙ୍କ ସମେତ ବିଦ୍ୟାଳୟ ଶିକ୍ଷକ ସଂଗଠନ ପକ୍ଷରୁ ଇନ୍ଦ୍ରଜୀତ ପ୍ରଧାନ, ସୁଶାନ୍ତ କୁମାର ପଣ୍ଡା, ବାରିଦ ବରଣ ମହାପାତ୍ର, ଚନ୍ଦ୍ରକାନ୍ତ ମିଶ୍ର, ପ୍ରଭାତ କୁମାର ପଣ୍ଡା, କଣ୍ଣାର୍ଜୁନ ନାଏକ, ପ୍ରମୋଦ କୁମାର ଗୋଚ୍ଛି, ସୁବାସ ଚନ୍ଦ୍ର ପ୍ରଧାନ ସମେତ ଆଞ୍ଚଳିକ ସାଧନ କେନ୍ଦ୍ର ସମସ୍ତ ସଂଯୋଜକ ପ୍ରଶାନ୍ତ କୁମାର ଘଡେଇ, ବିଶ୍ୱ ରଞ୍ଜନ ଜେନା, ନିଶାକର ଖଟୁଆ, ଅଶୋକ କୁମାର ଦାସ, ଉମାଶଙ୍କର ରାଉତ, ମହେଶ୍ୱର ସେଠୀ, ଚନ୍ଦ୍ରମଣି ସ୍ୱାଇଁ ପ୍ରମୁଖ ସହଯୋଗ କରିଥିଲେ । ସମେତ ବ୍ଳକର ପାଞ୍ଚଗାଁ ଉଚ୍ଚ ପ୍ରାଥମିକ, ତଳସାହି ପ୍ରାଥମିକ ଏବଂ କୁମ୍ଭିପୁଟ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଛାତ୍ରଛାତ୍ରୀ ମାନଙ୍କ ରହଣି ସ୍ଥଳ ହେବାସହିତ ବେଶ ସଫଳତାର ସହିତ କାର୍ଯ୍ୟ କରାଯାଇଥିବାରୁ ପ୍ରଧାନଶିକ୍ଷକ ଅକ୍ଷୟ କୁମାର ପ୍ରଧାନ, ରମେଶ କୁମାର ରାଉତ ଏବଂ ଅବିନାସ ଦାଶ ଓ ଅବସରପ୍ରାପ୍ତ ଶିକ୍ଷକ କାର୍ତ୍ତୀକ ଚନ୍ଦ୍ର ସାହୁଙ୍କୁ ଧନ୍ୟବାଦ ପ୍ରଦାନ କରାଯାଇଥିଲା । ଚମ୍ପିୟନ ବାଳକ ଦଳ ବଲାଙ୍ଗିରୀ ଠାରେ ହେବାକୁ ଥିବା ରାଜ୍ୟସ୍ତରୀୟ ପ୍ରତିଯୋଗିତା ଭାଗ ନେଉଥିବାବେଳେ ବାଳିକା ଦଳ କଳାହାଣ୍ଡିରେ ହେବାକୁ ଥିବା ପ୍ରତିଯୋଗିତାରେ ଭାଗ ନେବେ ବୋଲି ଜିଲ୍ଲା ନିରିକ୍ଷକ ସୁଶ୍ରୀ ଦାସ ପ୍ରକାଶ କରିଛନ୍ତି । ଉଦଯାପନ ସମାରୋହରେ ତିଗିରିଆ ଅବସର ପ୍ରାପ୍ତ ସୈନିକ ସଂଘ ପକ୍ଷରୁ ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରାଯାଇଥିଲା ।