କାଦବେଡା ଗ୍ରାମର ଅଗ୍ନିକାଣ୍ଡ ଘଟିଥିବା ପୀଡିତା ଙ୍କ ପରିବାର ଙ୍କୁ ସହାୟତା ର ହାତ ବଢ଼େଇଲେ ସରପଞ୍ଚ ମହେନ୍ଦ୍ର ନାଏକ*

କଳାହାଣ୍ଡି ଜିଲ୍ଲା, ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ମହୁଲପାଟଣା ପଞ୍ଚାୟତ, କାଦୋବେଡ଼ା ଗ୍ରାମ | ୦୯ ଜୁନ ୨୦୨୬ (ମଙ୍ଗଳବାର):ଗତକାଲି କାଦୋବେଡ଼ା ଗ୍ରାମରେ ଘଟିଥିବା ଭୟାବହ ଅଗ୍ନିକାଣ୍ଡରେ ସର୍ବସ୍ୱ ହରାଇଥିବା ଜଣେ ଅସହାୟ ବିଧବା ମହିଳାଙ୍କ ପରିବାରକୁ ଆଜି ପାଡ଼େପଦର ପଞ୍ଚାୟତ ସରପଞ୍ଚ ଶ୍ରୀ ମହେନ୍ଦ୍ର ନାୟକ ଭେଟି ସମବେଦନା ଜଣାଇଥିଲେ। ପରିବାରର ଦୁଃଖଦ ଅବସ୍ଥା ଦେଖି ସେ ଗଭୀର ମର୍ମାହତ ହୋଇଥିଲେ ଏବଂ ସେମାନଙ୍କ ସହ କିଛି ସମୟ ବିତାଇ ସାହସ ଓ ଧୈର୍ଯ୍ୟ ରଖିବାକୁ ପରାମର୍ଶ ଦେଇଥିଲେ।ମାନବିକତା ଓ ଜନସେବାର ପରିଚୟ ଦେଇ ପାଡ଼େପଦର ପଞ୍ଚାୟତ ପକ୍ଷରୁ ଏକ ବସ୍ତା ଚାଉଳ ଓ ୫୦୦ ଟଙ୍କା ନଗଦ ସହାୟତା ପ୍ରଦାନ କରାଯାଇଥିଲା। ବିପଦ ସମୟରେ ଜଣେ ଜନପ୍ରତିନିଧି ଭାବେ ପରିବାର ପାଖରେ ଛିଡ଼ା ହୋଇଥିବାରୁ ସରପଞ୍ଚ ଶ୍ରୀ ମହେନ୍ଦ୍ର ନାୟକଙ୍କ ଏହି ପଦକ୍ଷେପକୁ ସ୍ଥାନୀୟ ଅଞ୍ଚଳରେ ବେଶ୍ ପ୍ରଶଂସା କରାଯାଉଛି।ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ଦୁଃଖ ଓ ବିପଦ ସମୟରେ ସାଧାରଣ ଲୋକଙ୍କ ପାଖରେ ଛିଡ଼ା ହୋଇ ରହିବା ହିଁ ଜଣେ ପ୍ରକୃତ ଜନପ୍ରତିନିଧିର ପରିଚୟ, ଏବଂ ସରପଞ୍ଚ ମହେନ୍ଦ୍ର ନାୟକ ତାହାର ଏକ ଉତ୍ତମ ଉଦାହରଣ ସୃଷ୍ଟି କରିଛନ୍ତି । କଳାହାଣ୍ଡି ରୁ ଜିଲ୍ଲା ପ୍ରତିନିଧି ଶେଖର ସୁମନ ଦାଶ ଙ୍କ ରିପୋର୍ଟ HR ଟିଭି ଓଡ଼ିଆ ।