କେଜିରୁ ପିଜି ପର୍ଯ୍ୟନ୍ତ ମାଗଣା ଶିକ୍ଷା । ୨୦୨୬-୨୭ ଶିକ୍ଷାବର୍ଷରୁ ହେବ ଲାଗୁ
ରାଜ୍ୟ କ୍ୟାବିନେଟ ବୈଠକ ଶେଷ । ୧୨ଟି ପ୍ରସ୍ତାବରେ ବାଜିଲା ମୋହର । ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଧ୍ୟକ୍ଷତାରେ ବୈଠକରେ ପ୍ରସ୍ତାବ ଅନୁମୋଦିତ । ସ୍କୁଲ ଓ ଗଣଶିକ୍ଷା, ଉଚ୍ଚ ଶିକ୍ଷା ବିଭାଗର ପ୍ରସ୍ତାବରେ ମୋହର। ନାମଲେଖା ପାଇଁ ଛାତ୍ରଛାତ୍ରୀଙ୍କୁ କୌଣସି ଦେୟ ପଡ଼ିବ ନାହିଁ କହିଲେ ମୁଖ୍ୟମନ୍ତ୍ରୀ । ଆର୍ଥିକ ସମସ୍ୟା ପାଇଁ କେହି ଶିକ୍ଷାରୁ ବଞ୍ଚିତ ନ ହୁଅନ୍ତୁ କହିଲେ ମୁଖ୍ୟମନ୍ତ୍ରୀ । କେଜିରୁ ପିଜି ମାଗଣା ଶିକ୍ଷାକୁ ସରକାରଙ୍କ ଗୁରୁତ୍ବ । ନବମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ୍ ପିଲା, ସରକାରୀ ବିଶ୍ୱବିଦ୍ୟାଳୟ ଓ କଲେଜଗୁଡ଼ିକରେ ନିୟମିତ ସ୍ନାତକ (Graduation) ଏବଂ ସ୍ନାତକୋତ୍ତର (PG) କରୁଥିବା ଛାତ୍ରଛାତ୍ରୀ ଏହାର ସିଧାସଳଖ ଲାଭ ପାଇବେ। (ସୂଚନାଯୋଗ୍ୟ ଯେ, ଓଡ଼ିଶାରେ କେଜିରୁ ଅଷ୍ଟମ ପର୍ଯ୍ୟନ୍ତ ଶିକ୍ଷା ପୂର୍ବରୁ ହିଁ ମାଗଣା ରହିଛି।)ସରକାରୀ ଓ ସରକାରୀ ଅନୁଦାନ ପ୍ରାପ୍ତ ସ୍କୁଲ୍ ରେ ନାମଲେଖା ମାଗଣା । ସ୍ନାତକୋତ୍ତର ଶିକ୍ଷା ପର୍ଯ୍ୟନ୍ତ ନାମଲେଖା ଦେୟ ପଡ଼ିବନି । ବର୍ଷକୁ ସରକାରଙ୍କୁ ଏଥିପାଇଁ ୮୯୫ କୋଟି ବହନ କରିବାକୁ ପଡ଼ିବ କହିଲେ ମୁଖ୍ୟମନ୍ତ୍ରୀ । ଆସନ୍ତା ୫ ବର୍ଷରେ ୫ ହଜାର ୪୬୭ କୋଟି ବ୍ୟୟ ହେବ ବୋଲି କହିଲେ ମୁଖ୍ୟମନ୍ତ୍ରୀ ।