କୋଣାର୍କ କାକଟପୁର ମୁଖ୍ୟ ରାସ୍ତା ରମେଶ ସାହୁ ଗୋଦାମ ସମ୍ମୁଖରେ ଦୁଇ ବାଇକି ମୁହାଁମୁହିଁ ଧକ୍କା
କୋଣାର୍କ:-15/06/2026- କୋଣାର୍କ କାକଟପୁର ମୁଖ୍ୟ ରାସ୍ତା ରମେଶ ସାହୁ ଗୋଦାମ ସମ୍ମୁଖରେ ଦୁଇ ବାଇକି ମୁହାଁମୁହିଁ ଧକ୍କା।ଦୁଇ ଗୁରୁତର ପ୍ରଥମେ ଗୋପ ମେଡିକାଲରେ ଚିକିତ୍ସା ହେବାବେଳେ ଘଟଣା ସ୍ଥାନରେ କୋଣାର୍କ ପୋଲିସ ପହଞ୍ଚି ଦୁଇ ବାଇକ୍ କୁ ଜବତ କରି ତଦନ୍ତ ଚଳାଇଛନ୍ତି। ସୂଚନା ମୁତାବକ କାକଟପୁର ପଟୁ ଆସୁଥିବା ବାଇକି OD13 W2821 ଯୁବକ ଜଣକ ପ୍ରବଳ ମଦ୍ୟପାନ କରି ବଢେଇଛକ ଠାରେ ଜଣଙ୍କୁ ଦୃର୍ଘଟଣା କରି ଆସୁଥିବା ସମୟରେ କୋଣାର୍କ ରୁ ଆସୁଥିବା ବାଇକି ନମ୍ବର OD02CJ 5547 ଆସୁଥିବା ଯୁବକକୁ ଧକ୍କା ଦେଇଥିଲା। ଘଟଣା ସ୍ଥାନରେ ଦୁଇଜଣ ଗୁରୁତର ଅବସ୍ଥାରେ ପଡିଥିବା ବେଳେ ସ୍ଥାନୀୟ ଲୋକେ ଓ ବାଟୋଇ ସହ ବରିଷ୍ଠ ସାମ୍ବାଦିକ ପହଞ୍ଚି ଦୁଇ ଯୁବକଙ୍କୁ ଉଦ୍ଧାର କରିଥିଲେ। ସ୍ଥାନୀୟ ବରିଷ୍ଠ ସାମ୍ବାଦିକ ଦ୍ବାରା 112କୁ କଲ୍ କରିବା ପରେ ଅଗ୍ନିଶମ ବିଭାଗ ପକ୍ଷରୁ ଏକ ଗାଡି ଆସି ଦୁଇ ଯୁବକକୁ ଗୋପ ମେଡ଼ିକାଲ ନେଇଥିଲେ। ବର୍ତ୍ତମାନ ଦୁଇ ଯୁବକ ଚିକିତ୍ସା ହେଉଥିବା ଜଣାପଡିଛି। କାକଟପୁର ରୁ ଆସୁଥିବା ବାଇକି ର ଏକ ଚକ ସମ୍ପୂର୍ଣ୍ଣ ଖୋଲି ଅନ୍ୟ ଏକ ସ୍ଥାନରେ ପଡିଥିବା ଦେଖାଦେଇଛି। କୋଣାର୍କ ପୋଲିସ ଘଟଣା ସ୍ଥାନରେ ପହଞ୍ଚି ଦୁଇ ବାଇକ୍ କୁ ଜବତ କରି ତଦନ୍ତ ଚଳାଇଛନ୍ତି। କୋଣାର୍କ ରୁ ପ୍ରକାଶ କାଣ୍ଡି HR TV ଓଡ଼ିଆ