ଗଣିଆରେ ପ୍ରଧାନ ମନ୍ତ୍ରୀଙ୍କ ମନ୍ କି ବାତ୍ କାର୍ଯ୍ୟକ୍ରମ
ଗଣିଆ -(ବିଶ୍ୱରଂଜନ ସେଠି) ଦଶପଲା ନିର୍ବାଚନ ମଣ୍ଡଳୀର ଗଣିଆ ମଣ୍ଡଳର ୧୦ନଂ ୱାର୍ଡର ବାଲିସାହି ଓ ଏରୁଣ୍ଡିପଥର ଗ୍ରାମର ୨୩ ନମ୍ବର ବୁଥର ପ୍ରମୁଖ ଗୋବିନ୍ଦ ଚନ୍ଦ୍ର ମହରରଣା, ସହ ପ୍ରମୁଖ ଅଜୟ କୁମାର ସେଠୀ, ପଂଚାୟତ ପ୍ରମୁଖ ତଥା ଗଣିଆ ସରପଂଚ ଗିରିଧାରୀ ସେଠୀ ଯୋଗ ଦେଇଥିଲେ । ସେହିପରି ଗଣିଆ ପଂଚାୟତର ୧ରୁ ୭ନଂ ୱାର୍ଡ଼ର ୨୨ନଂ ବୁଥରେ ପ୍ରମୁଖ ବିଶ୍ୱରଂଜନ ସାହୁ, ସହପ୍ରମୁଖ ହିଂମାଶୁଶେଖର ଅମାୟନ୍ତ, ପଂଚାୟତ ପ୍ରମୁଖ ତଥା ଗଣିଆ ସମିତିସଭ୍ୟ ଫକୀର ମୋହନ ଡାକୁଆ, ସସ୍ମିତା ମିଶ୍ରଙ୍କ ନେତୃତ୍ୱରେ ପ୍ରଧାନ ମନ୍ତ୍ରୀଙ୍କ ମନ୍କୀ ବାତ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥବରେ ନୟାଗଡ଼ ଜିଲା ବିଜେପ ମଣ୍ଡଳର ଉପସଭାପତି ଚନ୍ଦ୍ରଶେଖର ଦାଶ, ଗଣିଆ ମଣ୍ଡଳର ଉପସଭାପତି ଭାଗିରଥି ଗଡ଼ନାୟକ ସଂଯୋଜନା କରିଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉକ୍ତ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଅର୍ଥାତ ମନ୍ କି ବାତ୍ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଗ୍ରାମ ଠାରୁ ସହରାଚଂଳର ପ୍ରତ୍ୟେକ ବୁଥରେ ସାଧାରଣ ଲୋକଙ୍କ ମନର କଥା ବା ସାଧାରଣ ଚଳଣୀରେ ହେଉଥିବା ଅସୁବିଧାକୁ ଦୁର କରିବାପାଇଁ ଚେଷ୍ଟା କରିବା ସହିତ ତୃଣମୂଳ ସ୍ତରରେ ବୁଥ ସ୍ତରୀୟ ସଂଗଠନକୁ ଏକ ଅଭିନବ ଢାଚାଂରେ ମଜଭୁତ କରିବା । ଉକ୍ତ କାର୍ଯ୍ୟକ୍ରମରେ ଗଣିଆ ଅଂଚଳର ଶତାଧିକ ପୁରୁଷ ଓ ମହିଳା ଉପସ୍ଥିତ ଥିଲେ ।