ଗଣିଆରେ ପ୍ରଧାନ ମନ୍ତ୍ରୀଙ୍କ ମନ୍ କି ବାତ୍ କାର୍ଯ୍ୟକ୍ରମ

ଗଣିଆ -(ବିଶ୍ୱରଂଜନ ସେଠି) ଦଶପଲା ନିର୍ବାଚନ ମଣ୍ଡଳୀର ଗଣିଆ ମଣ୍ଡଳର ୨୨ ନମ୍ବର ବୁଥରେ ପ୍ରଧାନ ମନ୍ତ୍ରୀଙ୍କ ମନ୍‌କୀ ବାତ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଗଣିଆ ବିଜେପି ମଣ୍ଡଳର ଉପସଭାପତି ଭାଗିରଥି ଗଡ଼ନାୟକଙ୍କ ସଂଯୋଜନାରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ଗଣିଆ ସମିତିସଭ୍ୟ ଫକୀର ମୋହନ ଡାକୁଆ, ଅଶୋକ କୁମାର ବେହେରା, ସସ୍ମିତା ଦାଶ, ହରିହର ଅମାୟନ୍ତ, ବିଶ୍ୱରଂଜନ ସାହୁ, ସନ୍ଧ୍ୟାରାଣୀ ସାହୁ, ସନ୍ତୋଷ ଅମାୟନ୍ତ, ହିମାଂଶୁ ଶେଖର ଅମାୟନ୍ତଙ୍କ ସମେତ ୬୦ରୁ ଉର୍ଦ୍ଧ୍ୱ ପୁରୁଷ ଓ ମହିଳା ଉପସ୍ଥିତ ଥିଲେ । ଦେଶରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି ଏହି ସମୟରେ ଜଳ ସଂରକ୍ଷଣର ସଂକଳ୍ପକୁ ପୁନଃ ଆରମ୍ଭ କରିବାକୁ ହେବ । ଏଥିପାଇଁ ସମଗ୍ର ଦେଶରେ ପ୍ରାୟ ୫୦ଲକ୍ଷ କୃତ୍ରିମ ଜଳ ଅମଳ ଗଠନର ନିର୍ମାଣ ହୋଇଛି । ମୁଁ ଏହା ଦେଖି ଖୁସୀ ଯେ ଏବେ ଜଳ ସଂକଟ ସହିତ ସଂଗ୍ରାମ କରିବାକୁ ଗାଁ ଗାାଁରେ ସାମୁହିକ ସ୍ତରରେ ଚେଷ୍ଟା ଚାଲିଛି । କେଉଁଠି ପୁରୁଣା ପୋଖରୀ ସଫା ହେଉଛି ତ କେଉଁଠି ବର୍ଷାଜଳକୁ ସଂରକ୍ଷଣ କରିବାକୁ ଚେଷ୍ଟା ଚାଲିଛି । ଅମୃତ ସରୋବର ଅଭିଯାନ ଅନ୍ତର୍ଗତ ସାରା ଦେଶରେ ପ୍ରାୟ ୭୦ହଜାର ଅମୃତ ସରୋବର ନିର୍ମାଣ ହୋଇଛି । ବର୍ଷ ଋତୁ ଆସିବା ପୂର୍ବରୁ ଏହି ସରୋବରଗୁଡ଼ିକ ପରିଷ୍କାର କରିବା ଆରମ୍ଭ ହୋଇଛି । ଆଜି ମୁଁ ଆପଣମାନଙ୍କୁ କିଛି ପେରଣାୟଦାୟୀ ଉଦାହରଣ ବିଷୟରେ କହିବାକୁ ଚାହୁଁଛି ଯେ, ଭାଗିଦାରୀଙ୍କ ଦ୍ୱାରା ଜଳସଂରକ୍ଷଣ କାମ ବ୍ୟାପକ ହୋଇପାରେ । ଏଥିପାଇଁ ଲୋକମାନେ ସଚେତନ ହେବାପାଇଁ ଲୋକମାନଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅନୁରୋଧ କରିଥିଲେ ।