ଗୋପବନ୍ଧୁ ସ୍ୱାସ୍ଥ୍ୟ ବୀମା ଯୋଜନା ପରିବର୍ତ୍ତନ ଉଦ୍ୟମ ନେଇ ସାମ୍ବାଦିକ ସଂଘର ବିରୋଧ!ଆନ୍ଦୋଳନ ଚେତାବନୀ
ସାମ୍ବାଦିକଙ୍କ ପାଇଁ ଥିବା ଗୋପବନ୍ଧୁ ସ୍ୱାସ୍ଥ୍ୟ ବୀମା ଯୋଜନା ପରିବର୍ତ୍ତନ କରି ଆୟୁଷ୍ମାନ ଭାରତ ସହ ମିଶାଇବାକୁ ଉଦ୍ୟମ କରୁଛି ରାଜ୍ୟ ସରକାର | ଏହି ଖବର ପ୍ରଘଟ ହେବା ପରେ ରାଜ୍ୟବ୍ୟାପୀ ସାମ୍ବାଦିକ ମହଲରେ ଅସନ୍ତୋଷ ଦେଖାଦେଇଛି ।ସେହିପରି ଓଡ଼ିଶା ୟୁନିୟନ ଅଫ୍ ଜର୍ଣ୍ଣାଲିଷ୍ଟସ୍ (ଓୟୁଜେ) ସଭାପତି ପ୍ରସନ୍ନ ମହାନ୍ତି କହିଛନ୍ତି, ବହୁତ ସଂଗ୍ରାମ ପରେ ସାମ୍ୱାଦିକଙ୍କ ପାଇଁ ସ୍ୱତନ୍ତ୍ର ସ୍ୱାସ୍ଥ୍ୟ ଯୋଜନା ହୋଇଥିଲ । ଏହାକୁ ଆୟୁଷ୍ମାନ ଯୋଜନା ସହ ଯୋଡ଼ିଲେ ଘାତକ ନିଷ୍ପତ୍ତି ହେବ । କିଛି ରାଜ୍ୟରେ ଏହାକୁ ଲାଗୁ କରାଗଲାଣି । ଯେଉଁମାନେ ଏହା ସପକ୍ଷରେ ଯୁକ୍ତି ଦର୍ଶାଉଛନ୍ତି, ସେମାନେ ସାମ୍ୱାଦିକ ବିରୋଧୀ । ଆୟୁଷ୍ମାନ ସହ ଯୋଡିଲେ ଏହାର ସ୍ୱତନ୍ତ୍ରତା ଲୋପ ପାଇଯିବ । ଆମେ ଦାବି କରୁଛୁ, ଏହାର ଅର୍ଥ ରାଶିକୁ ୫ ଲକ୍ଷରୁ ବୃଦ୍ଧି କରାଯାଇ ୧୦ ଲକ୍ଷ କରାଯାଉ । ଅଧିକ ସୁବିଧା ସୁଯୋଗ ଦେବା ବଦଳରେ କମାଉଛନ୍ତି। ସରକାର ଆସିବାର ପ୍ରଥମ ବର୍ଷରୁ ଏହାକୁ ଯୋଡିବାକୁ ଚେଷ୍ଟା କରୁଛନ୍ତି । ଆଗକୁ ସାରା ରାଜ୍ୟରେ ଓୟୁଜେ ଆନ୍ଦୋଳନ କରିବ । ଏହାକୁ କରାଇ ଦିଆଯିବ ନାହିଁ ବୋଲି ଶ୍ରୀ ମହାନ୍ତି ଚେତାବନୀ ଦେଇଛନ୍ତି ।