ଚନ୍ଦାହାଣ୍ଡି ରେ ଜାତୀୟ ପଞ୍ଚାୟତିରାଜ ଦିବସ

ଚନ୍ଦାହାଣ୍ଡି – ତା ୨୪/୦୪ ଜାତୀୟ ପଞ୍ଚାୟତିରାଜ ଦିବସ ପାଳିତ ହୋଇ ଯାଇଛି l ଆଜି ପଞ୍ଚାୟତ ସମିତି ଅଧ୍ୟକ୍ଷା ସୁମିତ୍ରା ପୂଜାରୀ ଙ୍କ ଅଧ୍ୟକ୍ଷତାରେ ଜାତୀୟ ପଞ୍ଚାୟତ ରାଜ ଦିବସ ର କାର୍ଯ୍ୟକ୍ରମ ଅନୁଷ୍ଠାନିକ ଭାବେ ଅନୁଷ୍ଠିତ ହୋଇଯାଇଛି l ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଭାସୀ ମାଧ୍ୟମରେ ଜାତୀୟ ପଞ୍ଚାୟତିରାଜ ଦିବସର ଶୁଭାରମ୍ଭ କରିଥିବା ବେଳେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଆଜିର କାର୍ଯ୍ୟକ୍ରମ ସମ୍ବନ୍ଧରେ ଉପସ୍ଥିତ ଜନସାଧାରଣଙ୍କୁ ଅବଗତ କରାଇ ଥିଲେ l ଆଜିର ଏହି କାର୍ଯ୍ୟକ୍ରମ ରେ ଅଞ୍ଚଳର ସମସ୍ତ ଜନପ୍ରତିନିଧି ସରପଞ୍ଚ ସମିତିସଭ୍ୟ/ସଭ୍ୟା ସମେତ ଜିଲ୍ଲାପରିଷଦ ଙ୍କୁ ଅବଗତ କରାଯାଇଥିଲେ ହେଁ ଅନେକ ସରପଞ୍ଚ ଓ ସମିତିସଭ୍ୟ/ସଭ୍ୟା ଅନୁପସ୍ଥିତ ରହିଥିବା ଦେଖିବାକୁ ମିଳିଥିଲା l ଏପରିକି ଅଞ୍ଚଳର ଜନସାଧାରଣ ମଧ୍ୟ ଆଖି ଦୃଶିଆ ସେତେ ସଂଖ୍ୟାରେ ଉପସ୍ଥିତ ନଥିଲେ l କେବଳ ଅଞ୍ଚଳର କିଛି ଅଙ୍ଗନବାଡି କେନ୍ଦ୍ର ର କର୍ମୀ ଓ ସଦର ଗ୍ରାମର କିଛି ଲୋକଙ୍କ ଉପସ୍ଥିତି ଦେଖିବାକୁ ମିଳିଥିଲା l ତେବେ ଆଜି ଅଞ୍ଚଳର କିଛି ହିତାଧିକାରୀଙ୍କୁ ଅନ୍ତୋଦୟ ଗୃହ ଯୋଜନାରେ କାର୍ଯ୍ୟାଦେଶ ପତ୍ର ପ୍ରଦାନ କରାଯାଇଥିବା ଦେଖିବାକୁ ମିଳିଥିଲା l ଆଜିର ଏହି କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ସତ୍ୟ ଦଣ୍ଡସେନା ପରିଚାଳନା କରିଥିବା ବେଳେ ଅନ୍ୟାନ୍ୟ କର୍ମଚାରୀ ମାନେ ସହଯୋଗ କରିଥିଲେ l