ଜାଣନ୍ତୁ ଆଜିର ସୁନା ଓ ରୂପା ଦର

ସୁନା ଓ ରୁପା ମୂଲ୍ୟରେ ହ୍ରାସ ଘଟିଛି। ଇଣ୍ଡିଆ ବୁଲିଅନ ଆଣ୍ଡ୍ ଜୁଏଲର୍ସ ଆସୋସିଏସନ୍ (IBJA) ଆନୁସାରେ ଆଜି ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନା ୧,୪୯,୧୭୦ ଟଙ୍କା ରହିଛି । ସେହିପରି ୨୨ କ୍ୟାରେଟ ସୁନା ଦର ୧,୩୬,୭୪୦ ଟଙ୍କା ଛୁଇଁଛି । ସେହିପରି ଆଜି ରୁପା ମୂଲ୍ୟରେ ୩,୧୭୬ ଟଙ୍କା ହ୍ରାସ ପାଇ ଏକ କିଲୋଗ୍ରାମ ରୁପା ଦର ୨ ଲକ୍ଷ ୨୧ ହଜାର ଟଙ୍କା ହୋଇଛି।ଅକ୍ଟୋବର ମାସରେ ସୁନା ଓ ରୁପା ଦର କମ-ବେଶି ହେଉଥିବା ବେଳେ ସେପ୍ଟେମ୍ବରରେ ଉଭୟ ଧାତୁର ମୂଲ୍ୟ କମିଥିଲା। ସେପ୍ଟେମ୍ବର ମାସରେ ସୁନା ମୂଲ୍ୟରେ ୮ ହଜାର ଟଙ୍କା ହ୍ରାସ ପାଇଥିଲା। ରୁପା ମୂଲ୍ୟରେ ୧୫ ହଜାର କମିଥିଲା।ବିଶେଷଜ୍ଞଙ୍କ କହିବା କଥା ହେଲା ବର୍ତ୍ତମାନ ସୁନା-ରୁପା ଦରରେ ଏମିତି ଉପର ତଳ ହୋଇପାରେ। ଆମେରିକା କେନ୍ଦ୍ରୀୟ ବ୍ୟାଙ୍କ ଫେଡରଲ ରିଜର୍ଭ ୩ ବର୍ଷରେ ପ୍ରଥମ ଥର ସୁଧ ହାର ବଢ଼ାଇଛି। ଏଣୁ ସୁନା ଦର ହ୍ରାସ ପାଉଛି। ତଥାପି ଯେହେତୁ ଆମେରିକା-ଇରାନ ଯୁଦ୍ଧ ଜାରି ରହିଛି, ତେଣୁ ନିବେଶକ ସୁନାକୁ ସୁରକ୍ଷିତ ନିବେଳ ଭାବେ ବାଛିପାରନ୍ତି।