ଥରକେ ୫୦ ଲିଟରରୁ ଅଧିକ ପେଟ୍ରୋଲ ବିକ୍ରିକୁ ନା

ମଧ୍ୟପ୍ରାଚ୍ୟ ଯୁଦ୍ଧ କାରଣରୁ ସମୁଦ୍ର ପଥରେ ତେଲ ଆସି ପାରୁନାହିଁ। ତଥାପି ଆଜି ପର୍ଯ୍ୟନ୍ତ ପେଟ୍ରୋଲ ଓ ଡିଜେଲ୍‌ର କୌଣସି ଅଭାବ ଦେଖାଦେଇନାହିଁ।ସରକାରୀ ତୈଳ କମ୍ପାନିଗୁଡ଼ିକ ଥରକେ ୫୦ ଲିଟରରୁ ଅଧିକ ପେଟ୍ରୋଲ୍‌ (ଏମ୍‌ଏସ୍‌) ଓ ୫୦୦ ଲିଟରରୁ ଅଧିକ ହାଇସ୍ପିଡ୍‌ ଡିଜେଲ୍ (ଏଚ୍‌ଏସ୍‌ଡି) ବିକ୍ରି ଉପରେ ରୋକ୍‌ ଲଗାଇଛନ୍ତି।

ପେଟ୍ରୋଲ ପମ୍ପଗୁଡ଼ିକୁ କଡ଼ା ତାଗିଦ୍‌ କରାଯାଇଛି। ଏହି ନିୟମ ଉଲ୍ଲଂଘନ କଲେ ସବୁ ପେଟ୍ରୋଲ ପମ୍ପକୁ ତେଲ ଯୋଗାଣ ବନ୍ଦ କରାଯିବ ବୋଲି ଚେତାବନୀ ଦିଆଯାଇଛି।ରାଜ୍ୟରେ ତିନି ସରକାରୀ ତୈଳ କମ୍ପାନି ଇଣ୍ଡିଆନ ଅଏଲ୍‌, ଭାରତ ପେଟ୍ରୋଲିୟମ୍ ଓ ହିନ୍ଦୁସ୍ତାନ ପେଟ୍ରୋଲିୟମ୍‌ର ୨୫୦୦ରୁ ଅଧିକ ପେଟ୍ରୋଲ୍‌ ପମ୍ପ ରହିଛି। ସେଥିରୁ କେବଳ ଇଣ୍ଡିଆନ ଅଏଲ୍‌ର ୧୪୦୦ ପାଖାପାଖି ପେଟ୍ରୋଲ୍‌ ପମ୍ପ ରହିଛି।ଭୁବନେଶ୍ବର ଆର୍‌ଏସ୍‌ଏ ପକ୍ଷରୁ କଟକଣା ଲଗାଯାଇଥିବାରୁ ତାହା ରାଜ୍ୟର ସବୁ ପେଟ୍ରୋଲ ପମ୍ପ ପାଇଁ ଲାଗୁ ହୋଇଥିବା ବିଶ୍ବାସ କରାଯାଉଛି।